ଭାରତରେ ମୌସୁମୀ ପଥରେ ଏକାଧିକ ବାଧା
ବାଟବଣା ହୋଇଛି ମୌସୁମୀ। ଧୀରେ ଧୀରେ ଦୁର୍ବଳ ହୋଇପଡ଼ୁଥିବାବେଳେ ବର୍ଷାର ଦେଖା ନାହିଁ। ସାରା ଭାରତରେ ମରୁଡ଼ି ଅବସ୍ଥା ଦେଖା ଦେଇଥିବାବେଳେ ଖରିଫ ଚାଷ ନେଇ ଚିନ୍ତାରେ ଚାଷୀ। ଦକ୍ଷିଣ-ପଶ୍ଚିମ ମୌସୁମୀ ବାୟୁ ଜୁନ୍ ୪ ତାରିଖରେ ଭାରତ ପ୍ରବେଶ କରିଥିଲେ ମଧ୍ୟ ଦେଶର ବିଭିନ୍ନ ଭାଗରେ ପହଞ୍ଚି ପାରିନାହିଁ।
