୨୫ଲକ୍ଷ ଟଙ୍କା ଲାଞ୍ଚ କାରବାର ମାମଲାରେ ମହିମା ମିଶ୍ରଙ୍କ ୩ କର୍ମଚାରୀଙ୍କୁ ଗିରଫ କଲା ସିବିଆଇ, ମହିମା ମିଶ୍ରଙ୍କୁ ପଚାର ଉଚରା ଜାରି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଶିଳ୍ପପତି ମହିମା ମିଶ୍ରଙ୍କ ଘରେ ଗତ କାଲି ଠାରୁ ଲଗାତାର ଚଢାଉ ଓ ଜେରାପରେ ସିବିଆଇ ପକ୍ଷରୁ ହୋଇଛି ବଡ଼କାର୍ଯ୍ୟାନୁଷ୍ଠାନ । ମହିମା ମିଶ୍ରଙ୍କ ୩ ଜଣ କର୍ମଚାରୀଙ୍କୁ ଗିରଫ କରିଛି ପୁଲିସ। ୨୫ଲକ୍ଷ ଟଙ୍କାର ଲାଞ୍ଚ କାରବାର ମାମଲାରେ ମେକାନିକାଲ ଇଞ୍ଜିନିୟର ସରୋଜ ଦାସ, ଠିକା କର୍ମଚାରୀ ସୁମନ୍ତ ସାହୁ ଓ ଅନ୍ୟ ଜଣେ କର୍ମଚାରୀଙ୍କୁ ସିବିଆଇ ଗିରଫ କରିଛି ତଦନ୍ତ କରି ସଂସ୍ଥା।

ସେହିପରି ଗତକାଲି ମହିମା ମିଶ୍ର ଓ ଟଙ୍କା ବଡ଼ ପୁଅ ଚନ୍ଦନ ମିଶ୍ର ଙ୍କୁ ପାରାଦ୍ବୀପ ଗେଷ୍ଟ ହାଉସ ରେ ଦୀର୍ଘ ୬ ଘଣ୍ଟା ଧରି ଜେରା ହୋଇଥିଲା । ଆଜି ପୁଣି ମହିମା ମିଶ୍ର ଙ୍କୁ ନୋଟିସ ହୋଇ ବର୍ତ୍ତମାନ ସୁଦ୍ଧା ପଚରାଉଚରା ଚାଲିଛି । ସିବିଆଇ ନୋଟିସ ପରେ ଆଜି ଅଫିସ ରେ ହାଜର ହୋଇଥିଲେ ମହିମା ମିଶ୍ର। ଆଜି କାହିଁକି ତାଙ୍କୁ ସିବିଆଇ ଡ଼କାଇଛି ସେ ବିଷୟରେ ସେ ଜାଣି ନାହାନ୍ତି ବୋଲି କହିଥିଲେ ମହିମା ମିଶ୍ର। ସୂଚନାନୁସାରେ ଗତକାଲି ମହିମାଙ୍କ କଟକ ଓଡ଼ିଆ ବଜାରସ୍ଥିତ ଘର ଓ ଲିଙ୍କ ରୋଡ୍ ଅଫିସରେ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଛି । କଟକ ବ୍ୟତୀତ ପାରାଦୀପର ବିଭିନ୍ନ ସ୍ଥାନରେ ମଧ୍ୟ ସିବିଆଇ ପକ୍ଷରୁ ଚଢ଼ାଉ କରାଯାଇଥିଲା ।

Related Posts