ଚିଟଫଣ୍ଡ ମାମଲାରେ ସିବିଆଇକୁ ସୁପ୍ରିମକୋର୍ଟଙ୍କ ଭର୍ତ୍ସନା, କାର୍ଯ୍ୟଦକ୍ଷତା ଉପରେ ଉଠାଇଲେ ପ୍ରଶ୍ନ

ଭୁବନେଶ୍ୱର,୫/୧(ସତ୍ୟପାଠ ବ୍ୟୁରୋ): ବହୁଚର୍ଚ୍ଚିତ ଚିଟଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଆଜି ସିବିଆଇକୁ ଭର୍ତ୍ସନା କରିଛନ୍ତି । ତଦନ୍ତକାରୀ ସଂସ୍ଥାର କାର୍ଯ୍ୟଦକ୍ଷତା ଉପରେ ମଧ୍ୟ ପ୍ରଶ୍ନ ଉଠାଇଛନ୍ତି ସୁପ୍ରିମକୋର୍ଟ। ଏହାସହିତ ମାମଲାର ଅଗ୍ରଗତି ସମ୍ପର୍କରେ ସୋମବାର ସୁଦ୍ଧା ଜଣାଇବାକୁ ସିବିଆଇକୁ ସୁ୍ପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଦେଇଛନ୍ତି । ଶୁଣାଣି ବେଳେ ସର୍ବୋଚ୍ଚ ଅଦାଲତ କହିଛନ୍ତି, ଚିଟଫଣ୍ଡ ଏକ ଗୁରୁତ୍ୱପୂର୍ଣ୍ଣ ମାମଲା । ଜମାକାରୀ ସେମାନଙ୍କ ଟଙ୍କା ଫେରିପାଇବା ଚାହୁଁଛନ୍ତି । କଷ୍ଟ ଉପାର୍ଜିତ ଅର୍ଥ ପାଇବାକୁ ଜାମାକାରୀ ୧୦ରୁ ୧୫ ବର୍ଷ ଅପେକ୍ଷା କରି ପାରିବେନି । ଯେଉଁଠି ସିବିଆଇ/ଇଡି ତଦନ୍ତ ଭାର ନେଉଛନ୍ତି, ସେଠି ବିଳମ୍ବ ହେଉଛି ବୋଲି କୋର୍ଟ କହିଛନ୍ତି ।

ତେବେ ଗତ ଅକ୍ଟୋବର ୧୧ରେ ଚିଟଫଣ୍ଡ ମାମଲାର ଶୁଣାଣି କରି ସୁପ୍ରିମକୋର୍ଟ ଓଡ଼ିଶା ସରକାର ଓ ସିବିଆଇକୁ ରିପୋର୍ଟ ମାଗିଥିଲେ । ଜମାକାରୀଙ୍କୁ ଅର୍ଥ ଫେରାଇବା ଲାଗି କଣ ପଦକ୍ଷେପ ନିଆଯାଇଛି ବୋଲି କୋର୍ଟ ଜଣାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

ଜଷ୍ଟିସ୍ ଏମ୍ଆର ଶାହ ଏବଂ ଜଷ୍ଟିସ୍ କ୍ରିଷ୍ଣାମୂର୍ତ୍ତିଙ୍କ ଖଣ୍ଡପୀଠ ଜମାକାରୀଙ୍କ ଅର୍ଥ ଫେରସ୍ତରେ ବିଳମ୍ବକୁ ନେଇ ଅସନ୍ତୋଷ ପ୍ରକାଶ କରିଥିଲେ । ଓଡ଼ିଶାରେ କାରବାର କରୁଥିବା ୪୪ ଚିଟଫଣ୍ଡ କମ୍ପାନୀର ତଦନ୍ତ ଲାଗି ପୂର୍ବରୁ ସୁପ୍ରିମକୋର୍ଟଙ୍କୁ ନିର୍ଦ୍ଦେଶ ଦେଇଥିଲେ । ପରେ ରାଜ୍ୟ ସରକାର ତଦନ୍ତ କମିଶନ ଗଠନ କରି ଚିଟଫଣ୍ଡ ହିତାଧିକାରୀ ଚିହ୍ନଟ କରିଥିଲେ ।

ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ୮ ବର୍ଷ ବଢ଼ାଇଥିଲେ ରାଜ୍ୟ ସରକାର । ଏ ଭିତରେ ମାତ୍ର ୫ ଲକ୍ଷ ହିତାଧିକାରୀଙ୍କୁ ଚିହ୍ନଟ କରିଥିଲେ ତଦନ୍ତ କମିଶନ । ପରେ ୨୦୨୦ରେ ଚିଟଫଣ୍ଡ ତଦନ୍ତ କମିଶନଙ୍କ କାର୍ଯ୍ୟକାଳ ଆଉ ବଢ଼ାଇ ନଥିଲେ ସରକାର । ଏହା ପୂର୍ବରୁ ଗତ ମାର୍ଚ୍ଚ ମାସରେ, ହାଇକୋର୍ଟ ଚିଟଫଣ୍ଡ ଜମାକାରୀଙ୍କୁ ଟଙ୍କା ଫେରାଇବାକୁ ନିର୍ଦ୍ଦେଶ ଦେଇଥିଲେ ।

Related Posts