ହାଇକୋର୍ଟ ଜଜଙ୍କ ଝିଅକୁ ଗିରଫ କଲା ସିବିଆଇ; ଜାତୀୟ ସୁଟର ଖେଳାଳି ହତ୍ୟା ମାମଲା

ଭୁବନେଶ୍ୱର(ସତ୍ୟପାଠ ବ୍ୟୁରୋ): ଛଅ ବର୍ଷ ପୂର୍ବେ ଜାତୀୟ ସ୍ତରର ସୁଟର ସୁଖମାନପ୍ରୀତ ସିଂ ଛଦ୍ମନାମ ସିପି ସିଦ୍ଧୁଙ୍କ ହତ୍ୟା ମାମଲାରେ ହିମାଚଳ ପ୍ରଦେଶ ହାଇକୋର୍ଟର କାର‌୍ୟ୍ୟକାରୀ ପ୍ରଧାନ ବିଚାରପତିଙ୍କ ଝିଅ କଲ୍ୟାଣ ସିଂଙ୍କୁ ସିବିଆଇ ଗିରଫ କରିଛି। ସେପଟେ ଅନୁସନ୍ଧାନ ବେଳେ ସିବିଆଇ କିଛି ଡକ୍ୟୁମେଣ୍ଟାରୀ ପ୍ରମାଣ ପାଇଛି । ତେବେ କଲ୍ୟାଣୀ ସିଂ ଏବଂ ସିଦ୍ଧୁଙ୍କର ଘନିଷ୍ଠତା ଏବଂ ପ୍ରେମ ସମ୍ପର୍କ ଥିବାର କଥା ସାମ୍ନାକୁ ଆସିଛି । ସିବିଆଇ ଏକ ବିବୃତ୍ତିରେ କହିଛି ଯେ ଏପ୍ରିଲ ୧୩, ୨୦୧୬ ରେ ସିଦ୍ଧୁଙ୍କ ହତ୍ୟାରେ କେନ୍ଦ୍ରୀୟ ଏଜେନ୍ସି ଏଫଆଇଆର ପଞ୍ଜିକରଣ କରିଥିଲା।ଅଧିକ ଅନୁସନ୍ଧାନ ବେଳେ ଏହି ମାମଲାରେ ଅଭିଯୁକ୍ତ କଲ୍ୟାଣୀ ସିଂଙ୍କ ସମ୍ପୃକ୍ତି ଥିବା ଜଣାପଡିଛି।

ସେହି ଅନୁଯାୟୀ, ତାଙ୍କୁ ଯାଞ୍ଚ କରାଯାଇ ଗିରଫ କରାଯାଇଥିଲା। ଅନ୍ୟପଟେ ପ୍ରେମ ସମ୍ପର୍କରେ ତିକ୍ତତା ଆସିବା ପରେ ଏକ ପାର୍କକୁ ଡାକି ସିଦ୍ଧୁଙ୍କୁ ହତ୍ୟା କରିଥିଲେ କଲ୍ୟାଣୀ ଏବଂ ତାଙ୍କର ଜଣେ ସହଯୋଗୀ । କଲ୍ୟାଣୀ ସିଂହଙ୍କୁ ଜେରା କରିବା ପାଇଁ ସିବିଆଇ ଚାରିଦିନିଆ ରିମାଣ୍ଡରେ ନେଇଛି । ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶରେ ଏନେଇ ଚର୍ଚ୍ଚା ଜୋର ଧରିବାରେ ଲାଗିଛି ।

Related Posts