
ନୂଆଦିଲ୍ଲୀ: ଯାଞ୍ଚ ହେଲା ମନୀଷ ସିସୋଦିଆଙ୍କ ବ୍ୟାଙ୍କ୍ ଲକର୍। ‘ସିବିଆଇ’ ଗାଜିଆବାଦ ବ୍ୟାଙ୍କ୍ରେ ଥିବା ତାଙ୍କ ଲକର୍ଗୁଡ଼ିକୁ ଯାଞ୍ଚ କରିଛି । ଏନେଇ ବିଭିନ୍ନ ଗଣମାଧ୍ୟମରେ ରିପୋର୍ଟ ପ୍ରକାଶ ପାଇଛି। ‘ସିବିଆଇ’ ତଦନ୍ତ ନିମନ୍ତେ ଆଜି ମନୀଷ ସିସୋଦିଆ ସସ୍ତ୍ରୀକ ଗାଜିଆବାଦ ସେକ୍ଟର୍-୪ ଅଞ୍ଚଳର ବସୁନ୍ଧରାସ୍ଥିତ ପଞ୍ଜାବ ନ୍ୟାସ୍ନାଲ୍ ବ୍ୟାଙ୍କ୍ ଶାଖାରେ ହାଜର ହୋଇଥିଲେ। ପରେ ପରେ ‘ସିବିଆଇ’ର ୫ଜଣିଆ ଟିମ୍ ମଧ୍ୟ ସେଠାରେ ହାଜର ହୋଇ ବ୍ୟାଙ୍କ୍ରେ ଥିବା ଲକର୍ ଖୋଲି ଖାନତଲାସ ଚଳାଇଛନ୍ତି। ଦିଲ୍ଲୀ ଅବକାରୀ ନୀତିରେ ହୋଇଥିବା ଦୁର୍ନୀତିକୁ ଅଧାର କରି ‘ସିବିଆଇ’ ତଦନ୍ତ ଆରମ୍ଭ କରିଛି।
ବ୍ୟାଙ୍କ୍ ବାହାରେ ଗଣମାଧ୍ୟମର କ୍ୟାମେରା ଟିମ୍ ଗହଳି କରିଥିବା ବେଳେ କ’ଣ ଚାଲିଛି ଦେଖିବା ଲାଗି ସାଧାରଣ ଜନତା ମଧ୍ୟ ସମବେତ ହେଉଛନ୍ତି।
ସୋମବାର ଦିନ ସିସୋଦିଆ କହିଥିଲେ, ଆଗାମୀକାଲି ଆମ୍ ବ୍ୟାଙ୍କ୍ ଲକର୍ ରେଡ୍ କରିବା ଲାଗି ‘ସିବିଆଇ’ ଆସିବ। ଅଗଷ୍ଟ ୧୯ ତାରିଖ ଦିନ ୧୪ ଘଣ୍ଟା କାଳ ଚଢ଼ାଉ କରିବା ପରେ ମୋ ଘରୁ କିଛି ମିଳି ନ ଥିଲା। ସେହିପରି, ଲକର୍ରୁ ବି କିଛି ମିଳିବ ନାହିଁ। ‘ସିବିଆଇ’କୁ ସ୍ବାଗତ। ତଦନ୍ତରେ ମୁଁ ଓ ମୋ ପରିବାର ପୂର୍ଣ୍ଣ ସହଯୋଗ କରିବେ।
ଉଲ୍ଲେଖଯୋଗ୍ୟ, ମଦ ନୀତି ମାମଲାରେ ‘ସିବିଆଇ’ ଫାଇଲ୍ କରିଥିବା ‘ଏଫ୍ଆଇଆର୍’ରେ ୧୫ଜଣଙ୍କ ମଧ୍ୟରେ ସିସୋଦିଆ ହେଉଛନ୍ତି ଅନ୍ୟତମ ଅଭିଯୁକ୍ତ ।