ପୁଣି ଫେରିଲା ସିବିଆଇ ! ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ସମନ

ସତ୍ୟପାଠ ବ୍ୟୁରୋ : ଦୁଇ ପୂର୍ବତନ ମନ୍ତ୍ରୀ ତଥା ବର୍ତ୍ତମାନର ବିଜୁ ଜନତା ଦଳର ବିଧାୟକଙ୍କୁ ସମନ କରିଛି ସିବିଆଇ । ସେମାନେ ହେଲେ ବିଧାୟକ ଅତନୁ ସବ୍ୟସାଚ୍ଚୀ ନାୟକ ଓ ଅରୁଣ ସାହୁ । ଉଭୟଙ୍କୁ ଚିଟଫଣ୍ଡ ଲିଙ୍କ ମାମଲାରେ ପଚରାଉଚୁରା ପାଇଁ ସିବିଆଇ ନୋଟିସ କରିଛି ।ସିବିଆଇ ମୁଖ୍ୟାଳୟ ସୂତ୍ରରୁ ମିଳିଥିବା ଖବର ଅନୁସାରେ ଚିଟ୍‌ଫଣ୍ଡ ମାମଲାରେ ଜେରା ପାଇଁ ଦୁଇ ପୂର୍ବତନ ମନ୍ତ୍ରୀଙ୍କୁ ନୋଟିସ୍‌ ଦିଆଯାଇଥିଲା । ବୁଧବାର ଅତନୁଙ୍କୁ ହାଜର ହେବା ପାଇଁ ନୋଟିସ୍‌ ଦିଆଯାଇଛି । ସୋମବାର ଅରୁଣଙ୍କୁ ହାଜର ହେବାକୁ ନୋଟିସ୍‌ ଜାରି ହୋଇଥିଲା । କିନ୍ତୁ ସେ ହାଜର ହୋଇନାହାନ୍ତି । ଏଣୁ ଅରୁଣଙ୍କୁ ପୁଣି ଥରେ ନୋଟିସ୍‌ ଜାରି କରାଯିବ ବୋଲି କୁହାଯାଇଛି । ସିସୋର ଚିଟଫଣ୍ଡ ମାମଲାରେ ଏମାନଙ୍କୁ ସିବିଆଇ ନୋଟିସ ହୋଇଥିବା ସୂଚନା ମିଳିଛି । ରାଜ୍ୟରେ ଚିଟଫଣ୍ଡ ଦୁର୍ନୀତିରେ ଶାସକ ବିଜୁ ଜନତା ଦଳର ନେତା, ମନ୍ତ୍ରୀ ସାମିଲ ଥିବା ବାରମ୍ବାର ଚର୍ଚ୍ଚା ହେଉଥିବା ବେଳେ ନିର୍ବାଚନ ପୂର୍ବରୁ ସିବିଆଇର ସମନ ବିଜେଡିର ନିଦ ହଜାଇ ଦେଇଛି । 

Related Posts