ସିବିଆଇ ତଦନ୍ତ ପାଇଁ ସୁପାରିଶ

ସତ୍ୟପାଠ ବ୍ୟୁରୋ : ଉନ୍ନାଓ ଗଣଦୁଷ୍କର୍ମ ପିଡୀତାଙ୍କ କାର ଦୁର୍ଘଟଣାର ସିବିଆଇ ତଦନ୍ତ ପାଇଁ କେନ୍ଦ୍ରକୁ ଚିଠି ଲେଖିଲେ ୟୁପି ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ସୋମବାର ବିଳମ୍ବିତ ରାତିରେ ରାଜ୍ୟ ସରକାର ଏ ବାବଦରେ କେନ୍ଦ୍ରକୁ ଚିଠି ଲେଖିଛନ୍ତି । ଫଳରେ ବିଜେପି ବିଧାୟକ କୁଲଦୀପ ସିଂ ସେଙ୍ଗରଙ୍କ ପାଇଁ ଅଡୁଆ ବଢ଼ିଛି ।

ରବିବାର ବହୁଚର୍ଚ୍ଚିତ ଉନ୍ନାଓ ଗଣଦୁଷ୍କର୍ମ ପିଡୀତାଙ୍କ କାରକୁ ଧକ୍କା ଦେଇଥିଲା ଟ୍ରକ । ଗାଡିରେ ପିଡୀତା ନିଜ ମା, ଓକିଲ ଓ ସମ୍ପକୀୟଙ୍କ ସହ ଯାଉଥିବା ବେଳେ ରାୟବରେଲି ଠାରେ ଏହି ଦୁର୍ଘଟଣା ହୋଇଥିଲା । ଫଳରେ ଗାଡିରେ ଥିବା ପିଡୀତାଙ୍କ ମା ଓ ସମ୍ପର୍କୀୟଙ୍କ ମୃତ୍ୟୁ ହୋଇଥିବା ବେଳେ ଗୁରୁତର ଆହତ ହୋଇଥିଲେ ପିଡୀତା ଓ ତାଙ୍କ ଓକିଲ । ଏହା ଦୁର୍ଘଟଣା ନୁହେଁ ବରଂ ହତ୍ୟା ଷଡଯନ୍ତ୍ର ବୋଲି ବିଭିନ୍ନ ମହଲରୁ ଚାପ ପଡିବା ପରେ ପୁଲିସ ପୁନର୍ବାର ବିଜେପି ବିଧାୟକଙ୍କ ସମେତ ୧୦ଜଣଙ୍କ ନାମରେ ମାମଲା ରୁଜୁ କରିଛି । ତେବେ ସିବିଆଇ ପୂର୍ବରୁ ମଧ୍ୟ କୁଲଦୀପଙ୍କ ନାଁରେ ଥିବା ୨ଟି ମାମଲାର ତଦନ୍ତ କରୁଥିବା ବେଳେ ଏବେ ତାଙ୍କ ପାଇଁ ଅଡୁଆ ବଢ଼ିଛି ।

Related Posts