ଧରାପଡିଲା ସିଲଭର ସିଟିର ସାଇକୋ କିଲର, ଜାଣନ୍ତୁ କିଏ ସେହି ସାଇକୋ କିଲର…

ଧରାପଡିଲା ସାଇକୋ କିଲର । ସିଲଭର ସିଟିରେ ଆତଙ୍କ ରଚିଥିବା ସିରିଏଲ କିଲରକୁ ବାନ୍ଧିଲା ପୋଲିସ । ହତ୍ୟାକାରୀ ନାରାୟଣ ସାହୁକୁ ଗିରଫ କଲା ପୋଲିସ । କଟକରେ ୩ଟି ହତ୍ୟାକାଣ୍ଡରେ ନାରାୟଣର ହାତ ଥିବା ପୋଲିସ କମିଶନରଙ୍କ ସୂଚନା ଦେଇଛନ୍ତି । ତେବେ ପୂର୍ବରୁ ଗଞ୍ଜାମ ବେଲଗୁଣ୍ଠାରେ ଏପରି ନାରକୀୟକାଣ୍ଡ ଭିଆଇଥିଲା ନାରାୟଣ ।

ଗତ କିଛି ଦିନ ହେବ ତିନି ତିନିଟି ମୁଣ୍ଡ ନେବା ପରେ ପୋଲିସ ଆଖିରୁ ନିଦ ହଜାଇ ଦେଇଥିଲା ଏହି ସୈତାନ । ୨୪ ଘଣ୍ଟାରେ ୩ ଜଣଙ୍କ ହତ୍ୟା କରି ସାରା ସହରରେ ଭରୟ ବାତାବରଣ ଖେଳାଇ ଦେଇଥିଲା । ନିରାଶ୍ରୟ ଲୋକଙ୍କୁ, ରାତିରେ ବାହାରେ ଶୋଉଥିବା ଲୋକଙ୍କୁ ଏହି ସିରିଏଲ କିଲର ହତ୍ୟା କରୁଥିଲା । ପ୍ରଥମେ ପଥରରେ ଛେଚି, ପରେ ଗଳା କାଟି ହତ୍ୟା କରୁଥିଲା । ତେବେ ସମସ୍ତ ହତ୍ୟାକାଣ୍ଡ ସମାନ ଢଙ୍ଗରେ କରୁଥିଲା ଏହି କିଲର । ହତ୍ୟା ପରେ କିଲରକୁ ଧରିବା ପୋଲିସ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିଥିଲା । ସିସିଟିଭି ଫୁଟେଜ ଆଧାରରେ ହତ୍ୟାକାରୀ ପାଖରେ ପୋଲିସ ପହଞ୍ଚି ଶେଷରେ ଆଜି ତାକୁ ଗିରଫ କରିଛି ବୋଲି ପୋଲିସ କମିଶନର କହିଛନ୍ତି । 

Related Posts