ସିବିଆଇ’ ଚାର୍ଜସିଟ୍‌ ଦାଏର: ଏହି ମାମଲାରେ କିଛି ନାହିଁ: ନୀତୀଶ କୁମାର

ପାଟନା: ବିହାରରେ ପୁଣି ଥରେ ଆକ୍ସନ ରେ ସିବିଆଇ । ତେବେ ଏବେ ‘ସିବିଆଇ’ ର ଚାର୍ଜସିଟ୍‌ ଦାଏର କରିବା କଥା ଉପରେ ପ୍ରତିକ୍ରିୟା ବ୍ୟକ୍ତକରିଛନ୍ତି ବିହାରର ମୁଖ୍ୟମନ୍ତ୍ରୀ ନୀତୀଶ କୁମାର।ସେ କହିଛନ୍ତି ଯେ, ଏହି ମାମଲାରେ କିଛି ନାହିଁ।

ସୂଚନାଯୋଗ୍ୟ, ୧୦ ବର୍ଷ ତଳେ କଂଗ୍ରେସ ନେତୃତ୍ବାଧୀନ ‘ଉପା’ ସରକାରରେ ଲାଲୁ ପ୍ରସାଦ ଯାଦବ ରେଳ ମନ୍ତ୍ରୀ ଥିବା ବେଳେ ଚାକିରିରେ ହୋଇଥିବା ଦୁର୍ନୀତି ଅଭିଯୋଗରେ ଶୁକ୍ରବାର ଦିନ ‘ସିବିଆଇ’ ୧୬ଜଣଙ୍କ ନାଁରେ ଚାର୍ଜସିଟ୍‌ ଦାଖଲ କରିଛି। ସେଥିରେ ଲାଲୁ ପ୍ରସାଦ ଯାଦବ ଓ ତାଙ୍କ ସ୍ତ୍ରୀ ରାବ୍‌ଡ଼ି ଦେବୀଙ୍କ ନାଁ ରହିଛି।

ଲାଲୁ ପ୍ରସାଦ ଏବଂ ତାଙ୍କ ପରିବାରକୁ ସୁରକ୍ଷା ଦେବାକୁ ଯାଇ ମୁଖ୍ୟମନ୍ତ୍ରୀ ନୀତୀଶ କୁମାର କହିଛନ୍ତି, ଏହି ମାମଲାରେ କିଛି ନାହିଁ। ସେମାନଙ୍କ ଦଳ ‘ବିଜେପି’ ବିରୋଧରେ ଏକଜୁଟ ହୋଇଥିବାରୁ ‘ବିଜେପି’ ଏଭଳି କରୁଛି।

ସାମ୍ବାଦିକମାନଙ୍କୁ ସେ କହିଛନ୍ତି, ୫ବର୍ଷ ତଳେ କ’ଣ ହୋଇଥିଲା? ଆମେ ‘ଆର୍‌ଜେଡି’ଠାରୁ ପୃଥକ୍‌ ହୋଇଯାଇଥିଲୁ। ଏହି ମାମଲାରେ କିଛି ହୋଇନାହିଁ। ମୁଁ ସବୁ କଥା ଜାଣିଛି, ସେଥିରେ କିଛି ନାହିଁ। ଏବେ ଆମେ ‘ବିଜେପି’ ସାଙ୍ଗରେ ନ ଥିବାରୁ ସେମାନେ ପୁଣି ମାମଲା ଆରମ୍ଭ କରିଛନ୍ତି। ସେମା‌ନଙ୍କର ଯାହା ମନ ତାହା କରନ୍ତୁ, ଆମେ ଆଉ କ’ଣ କରିପାରିବୁ?

ରେଳବାଇରେ ଚାକିରି ପାଇଥିବା ୧୨ଜଣ ବ୍ୟକ୍ତିଙ୍କ ସମତେ ଲାଲୁ ଓ ରାବ୍‌ଡ଼ି ଏବଂ ସେମାନଙ୍କର ଦୁଇ କନ୍ୟା ମିସା ଭାରତୀ ଓ ହେମା ଯାଦବଙ୍କ ନାଁରେ ‘ସିବିଆଇ’ ‘ଏଫ୍‌ଆଇଆର୍‌’ ଦାଏର କରିଥିଲା। ସେମାନଙ୍କ ମଧ୍ୟରୁ ଅଧିକାଂଶ ଜାମିନରେ ଛାଡ଼ ପାଇଛନ୍ତି।

ଚାକିରି ବିନିମୟରେ ପାଟନାରେ ଚାକିରି ଆଶାୟୀଙ୍କ ପରିବାର ମାଲିକାନାରେ ଥିବା ୧ ଲକ୍ଷ ବର୍ଗମିଟର୍‌ ଜମିକୁ ନିଜ ପରିବାର ନାଁରେ କରାଇଛନ୍ତି ବୋଲି ଲାଲୁଙ୍କ ନାଁରେ ଅଭିଯୋଗ ହୋଇଥିଲା।

‘ଆର୍‌ଜେଡି’ ବାରମ୍ବାର କହିଛି ଯେ, ଯାଦବ ପରିବାର ନାଁରେ ‘ସିବିଆଇ’ର ଏହି ମାମଲା ଓ ଅନ୍ୟାନ୍ୟ ମାମଲା ହେଉଛି କେନ୍ଦ୍ରରେ ଥିବା ‘ବିଜେପି’ ସରକାରର ଆକ୍ରୋଶ।

Related Posts