(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ପ୍ରକାଶ ପାଇଲା ଆଜି CBSE ଦଶମ ରେଜଲ୍ଟ । ଛାତ୍ରଛାତ୍ରୀମାନେ http://cbseresults.nic.in ଓ http://cbse.gov.in ରେ ନିଜନିଜର ରେଜଲ୍ଟ ଦେଖିପାରିବେ । ଏନେଇ ସିବିଏସଇ ପକ୍ଷରୁ ସୂଚନା ମିଳିଛି । ଅନ୍ୟପଟେ ୧୦ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ଚଳିତ ବର୍ଷ ପରୀକ୍ଷା ପାଇଁ ପଞ୍ଜୀକରଣ କରିଥିଲେ । ଏଗୁଡିକ ବ୍ୟତୀତ ସମସ୍ତ ପଞ୍ଜୀକୃତ ପ୍ରାର୍ଥୀଙ୍କ ପାଇଁ IVS, SMS, Digilocker ଏବଂ UMANG ଆପରେ ମଧ୍ୟ ଫଳାଫଳ ଉପଲବ୍ଧ ହେବ । ପ୍ରାର୍ଥୀମାନେ ମଧ୍ୟ CBSE Digilocker ୱେବସାଇଟ୍, digilocker.gov.in କୁ ଲଗ୍ ଇନ୍ କରି ସେମାନଙ୍କର ରେଜଲ୍ଟ ଜାଣିପାରିବେ ।

ସମସ୍ତ ପରୀକ୍ଷା ଭଳି ସିବିଏସଇ ପରୀକ୍ଷାରେ ମଧ୍ୟ ବିନା ପରୀକ୍ଷାରେ ଛାତ୍ରଛାତ୍ରୀମାନେ ତାଙ୍କ ପୂର୍ବ ମାର୍କ ଆଧାରରେ ତାଙ୍କର ରେଜଲ୍ଟ ବାହାରିଛି । ଯେଉଁମାନେ ଏହି ମୂଲ୍ୟାଙ୍କନ ପଦ୍ଧତିରେ ଖୁସି ନୁହଁନ୍ତି, ସେମାନେ ଅଫଲାଇନ ଜରୀଆରେ ପରୀକ୍ଷା ଦେଇପାରିବେ । କୋଭିଡ-୧୯ ସ୍ଥିତି ସୁଧାରିବା ପରେ ଏନେଇ ନିଷ୍ପତ୍ତି ନିଆଯିବ ବୋଲି ସୂଚନା ମିଳିଛି । ତେବେ ମିଳିଥିବା ସୂଚନା ଅନୁଯାୟୀ ଚଳିତ ବର୍ଷ ଛାତ୍ରଛାତ୍ରୀଙ୍କର ୯୯.୦୪ ପ୍ରତିଶତ ପାସ ହାର ରେକର୍ଡ କରାଯାଇଛି