ଅପରାହ୍ନ ୨ଟାରେ ପ୍ରକାଶ ପାଇବ ସିବିଏସଇ ଦ୍ୱାଦଶ ରେଜଲ୍ଟ

cbse

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ ଅଥବା ସିବିଏସଇର ଦ୍ୱାଦଶ ରେଜଲ୍ଟ ଆଜି ପ୍ରକାଶ ପାଇବ ବୋଲି ଜଣାପଡିଛି । ତେବେ ଏହା ଅପରାହ୍ନ ଦୁଇଟାରେ ପ୍ରକାଶ ପାଇବ । ଛାତ୍ରଛାତ୍ରୀମାନେ cbseresults.nic.in ଏବଂ ଉମଙ୍ଗ ଆପ ମଧ୍ୟରେ ନିଜ ନିଜର ରେଜଲ୍ଟକୁ ଦେଖିପାରିବେ । ସିବିଏସଇ ଦଶମ ଓ ଦ୍ୱାଦଶ ରେଜଲ୍ଟ ଜାରି କରିବା ପୂର୍ବରୁ ଉଭୟ ଶ୍ରେଣୀର ଛାତ୍ରଙ୍କ ରୋଲ ନମ୍ବର ଜାରି କରିଦେଇଛି ।

ଛାତ୍ରଛାତ୍ରୀ ନିଜର ରୋଲ ନମ୍ବର ଡାଉନଲୋଡ୍ କରିପାରିବେ । ଏହାକୁ ଛାଡି ଛାତ୍ରଛାତ୍ରୀମାନେ ଏସଏମଏସ ସାହାଯ୍ୟରେ ମଧ୍ୟ ରେଜଲ୍ଟ ଜାଣିପାରିବେ । ମିଳିଥିବା ସୂଚନା ଅନୁସାରେ ଜୁଲାଇ ୩୧ ସୁଦ୍ଧା ଦ୍ୱାଦଶ ଶ୍ରେଣୀର ଫଳାଫଳ ପ୍ରକାଶ କରିବାକୁ ସୁପ୍ରିମକୋର୍ଟ ନିର୍ଦ୍ଦେଶ ଦେଇଛନ୍ତି । ପ୍ରାୟ ୧୬ ଲକ୍ଷରୁ ଅଧିକ ଛାତ୍ରଛାତ୍ରୀ ପରୀକ୍ଷା ଦେଇଥିଲେ । ତେବେ କରୋନା ଆତଙ୍କ ପାଇଁ ପରୀକ୍ଷାକୁ ରବ୍ଦ କରାଯାଇଥିଲା । ଯାହାର ଫଳାଫଳ ଆଜି ପ୍ରକାଶ ପାଇବାକୁ ଯାଉଛି । ତେବେ ପୂର୍ବ ମାର୍କକୁ ଆଧାର କରି ଆଜି ରେଜଲ୍ଟ ପ୍ରକାଶ ପାଇବ ବୋଲି ସୂଚନା ମିଳିଛି ।

Related Posts