ଟୋକିଓ ଅଲିମ୍ପିକ୍‌ ରେ ପୂର୍ବତନ ବିଶ୍ବ ଚାମ୍ପିଆନଙ୍କୁ ହରାଇ କ୍ବାର୍ଟର୍‌ଫାଇନାଲ୍‌ରେ ପହଞ୍ଚିଲେ କୁସ୍ତି ଖେଳାଳି ଲଭ୍‌ଲିନା, ପଦକ ସୁନିଶ୍ଚିତ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର : ଟୋକିଓ ଅଲିମ୍ପିକ୍ସରେ ଇତିହାସ ରଚିଲେ ଭାରତୀୟ ମହିଳା ବକ୍ସର ଲଭ୍‌ଲୀନା ବୋରଗୋହେନ୍‌। ଶୁକ୍ରବାର ଦିନ ସେ ‘କୋକୁକିଗାଙ୍ଗ୍‌ ଆରେନା’ରେ ଆୟୋଜିତ ‘ୱିମିନ୍ସ୍‌ ୱେଲ୍‌ଟର୍‌ୱେଟ୍‌ ବକ୍ସିଙ୍ଗ୍‌’ (କୁସ୍ତି) ପ୍ରତିଯୋଗିତାରେ ପୂର୍ବତନ ବିଶ୍ବ ଚାମ୍ପିଆନ୍ ଚାଇନିଜ୍‌ ତାଇପେଇର ସେନ୍ ନିଏନ୍-ସିନ୍‌ଙ୍କୁ ପରାସ୍ତ କରି ସେ ଭାରତ ପାଇଁ ପଦକ ପକ୍କା କରିଛନ୍ତି । 

୨୩ ବର୍ଷିୟ ଲଭ୍‌ଲିନା ‘ଅଲିମ୍ପିକ୍ସ’ର ୮ମ ଦିନରେ ମହିଳା ମୁଷ୍ଟିଯୁଦ୍ଧା ୬୯ କିଲୋ କ୍ବାର୍ଟର ଫାଇନାଲରେ ଚାଇନାର ନିଏନ ଚିନ ଚେନଙ୍କୁ ପରାସ୍ତ କରି ସେମିଫାଇନାଲରେ ଏଣ୍ଟ୍ରି କରିଛନ୍ତି। ଲଭ୍‌ଲୀନା କ୍ବାର୍ଟର୍‌-ଫାଇନାଲ୍‌ ରେ ତାଇୱାନ୍‌ର ବରିଷ୍ଠ ପ୍ରତିଦ୍ବନ୍ଦ୍ବୀ ସେନ୍‌ଙ୍କୁ ୪-୧ରେ ପରାସ୍ତ କରିଥିଲେ। 

ତାଇୱାନ୍‌ର ଅଭିଜ୍ଞ କୁସ୍ତି ଖେଳାଳି ସେନ୍‌ଙ୍କ ସହ ପ୍ରାରମ୍ଭରୁ କଡା ମୁକାବିଲା କରିଥିବା ଲଭ୍‌ଲୀନା ଓପେନିଙ୍ଗ୍ ରାଉଣ୍ଡରେ ୩-୨ରେ ବିଜୟିନୀ ହୋଇଥିଲେ। ଲଭ୍‌ଲୀନା ୨ୟ ରାଉଣ୍ଡକୁ ୫-୦ରେ ଜିତି ପଦକ ଆଡକୁ ଆଉ ପାଦେ ଅଗ୍ରସର ହୋଇଛନ୍ତି। ୪-୧ ଫଳାଫଳ ଅର୍ଥ ହେଉଛି ଚୂଡ଼ାନ୍ତ ପର୍ଯ୍ୟାୟରେ ଭାରତୀୟ କୁସ୍ତି ଖେଳାଳି ଲଭ୍‌ଲୀନାଙ୍କର ବିଜୟ ପ୍ରାୟ ସୁନିଶ୍ଚିତ।

ସୂଚନା ଥାଉକି , ଭାରତ୍ତୋଳନରେ ମଣିପୁରୀର ମୀରାବାଈ ଚାନୁ ରୌପ୍ୟ ପଦକ ହାସଲ କରି ‘ଟୋକିଓ ଅଲିମ୍ପିକ୍ସ ୨୦୨୦’ରେ ଭାରତ ପାଇଁ ପ୍ରଥମ ପଦକ ହାସଲ କରି ଇତିହାସ ରଚିଥିଲେ। ସେମି-ଫାଇନାଲ୍‌ରେ ସ୍ଥାନ ପାଇଥିବା କାରଣରୁ ଲଭ୍‌ଲୀନା ବୋରଗୋହେନ୍‌ ଅନ୍ୟୂନ କାଂସ୍ୟ ପଦକଟିଏ ହାସଲ କରିବେ ବୋଲି ପ୍ରାୟ ସୁନିଶ୍ଚିତ ହୋଇଯାଇଛି।

ମେରି କୋମ୍ ଓ ବିଜେନ୍ଦର୍‌ ସିଂହଙ୍କ ପରେ ଅଲିମ୍ପିକ୍ସ୍‌ରେ ଭାରତ ପାଇଁ ପଦକ ଜିଣିବାରେ ଲଭ୍‌ଲୀନା ହେଉଛନ୍ତି ତୃତୀୟ କୁସ୍ତି ଖେଳାଳି।

Related Posts