ମହାମାରୀ ସମୟରେ ଟୀକା ଯୋଗାଇବା ଦାୟିତ୍ୱ କେନ୍ଦ୍ର ସରକାରଙ୍କର, ରାଜ୍ୟର ନୁହଁ: ଅମରିନ୍ଦର ସିଂହ

panjab cm

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶରେ କରୋନା ସ୍ଥିତି ଅଣାୟତ୍ତ୍ୱ ହେବାରେ ଲାଗିଛି । ଏପରିସ୍ଥିତିରେ ସାରା ଦେଶରେ ସଂକ୍ରମଣକୁ ରୋକିବା ପାଇଁ ଟୀକାକରଣ ଆରମ୍ଭ ହୋଇଯାଇଛି । ତେବେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ ୧୮ରୁ ୪୪ ବର୍ଷ ବର୍ଗର ଲୋକଙ୍କ ପାଇଁ କୋଭିଡ ଟୀକା କ୍ରୟ ଏବଂ ବିତରଣ ପାଇଁ ଏକକ ଏଜେନ୍ସି କରିବାକୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ଅନୁରୋଧ କରିଛନ୍ତି । ଏପରି ମୂହୁର୍ତ୍ତରେ ଟୀକାକରଣ କେନ୍ଦ୍ରସରକାରଙ୍କ ଦାୟିତ୍ୱ ବୋଲି କହିଛନ୍ତି । ଏପରି କରିବା ଦ୍ୱାରା ପ୍ରତ୍ୟେକ ରାଜ୍ୟରେ ସାମୁହିକ ଭାବରେ ଟୀକାକରଣ ସମ୍ଭବ ହୋଇପାରିବ ବୋଲି ପଞ୍ଜାବ ମୁଖ୍ୟମନ୍ତ୍ରୀ ପ୍ରଧାନମନ୍ତ୍ରୀଙ୍କୁ ଚିଠିରେ ଉଲ୍ଲେଖ କରିଛନ୍ତି । ଅନ୍ୟପଟେ ଗତ କିଛିଦିନରୁ ସମସ୍ତ ରାଜ୍ୟମାନେ କୋଭିଡ ଟୀକା ପାଇଁ ଘରୋଇ ଉତ୍ପାଦକ ଠାରୁ ଆରମ୍ଭ କରି ବିଦେଶୀ ଉତ୍ପାଦକ ପର୍ଯ୍ୟନ୍ତ ସମସ୍ତଙ୍କ ଠାରୁ ଟୀକା ସଂଗ୍ରହ କରିବାରେ ଲାଗିପଡିଛନ୍ତି । ଏପରିସ୍ଥିତିରେ କେନ୍ଦ୍ର ସରକାର ଯଥାଶୀଘ୍ର ସମସ୍ତ ଟୀକାକୁ ଏକକ ଏଜେନ୍ସି ଭାବରେ ଗ୍ରହଣ କରିବା ଉଚିତ ବୋଲି ପ୍ରଧାନମନ୍ତ୍ରୀଙ୍କୁ ଦେଇଥିବା ଚିଠିରେ ଉଲ୍ଲେଖ କରିଛନ୍ତି । ଏହା ସହ ବୟସ ବର୍ଗର ସଠିକ ଟୀକାକରଣ ପାଇଁ କ୍ଲିନିକାଲ ପ୍ରତିଷ୍ଠାନ ମାଧ୍ୟମରେ କେନ୍ଦ୍ର ସମସ୍ତ ରାଜ୍ୟ ତଥା କେନ୍ଦ୍ରଶାସିତ ଅଞ୍ଚଳଗୁଡିକରେ ଟୀକା ବଣ୍ଟନ ସୁନିଶ୍ଚିତ କରିବା ଉଚିତ ବୋଲି ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହ କହିଛନ୍ତି ।

Related Posts