ଦିଲ୍ଲୀ ପୁଲିସକୁ ଜୟରାମଙ୍କ ଚ୍ୟାଲେଞ୍ଜ, ଦମ୍ ଅଛି ତ ଗିରଫ କର

jayram

(ସତ୍ୟପାଠ ବ୍ୟୁରୋ)ଭୁବନେଶ୍ୱର: ସାରା ଦେଶ କୋଭିଡ ମହାମାରୀ ସହ ଲଢୁଥିବା ବେଳେ ପୂର୍ବତନ କେନ୍ଦ୍ର ମନ୍ତ୍ରୀ ଜୟରାମ ରମେଶ ଦିଲ୍ଲୀ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଲୋଚକ ପୋଷ୍ଟର ଲଗାଯାଇଥିବାର କଥା ସାମ୍ନାକୁ ଆସିଥିଲା । ଏହି ପୋଷ୍ଟର ପାଇଁ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀ ପୁଲିସକୁ ଖୋଲାଖୋଲି ଭାବରେ ଚ୍ୟାଲେଞ୍ଜ କରି ତାଙ୍କୁ ଆରେଷ୍ଟ କରିବା ପାଇଁ କହିଛନ୍ତି । ଏହା ସହ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଅନେକ ପ୍ରଶ୍ନ ମଧ୍ୟ ପଚାରିଛନ୍ତି । ତେବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ବିରୋଧରେ ସମାଲୋଚକ ପୋଷ୍ଟର ଲଗାଇବା କଣ ଅପରାଧ ? ଭାରତ ବର୍ତ୍ତମାନ ମୋଦୀ ପେନାଲ କୋଡ ଦ୍ୱାରା ପରିଚାଳିତ ହେଉଛି କି? ମହାମାରୀ ସମୟରେ ଦିଲ୍ଲୀ ପୁଲିସର କାର୍ଯ୍ୟାନୁଷ୍ଠାନ ନେବା କଣ ଠିକ? ଏପରି ଅନେକ ସାରା ପ୍ରଶ୍ନ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଜୟରାମ ରମେଶ ପଚାରିଥିଲେ । ତେବେ ଆସନ୍ତାକାଲି ସେ ତାଙ୍କ କମ୍ପାଉଣ୍ଡ କାନ୍ଥରେ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସମାଲୋଚକ ପୋଷ୍ଟର ଲଗାଇବେ ବୋଲି କହିଛନ୍ତି । ଯଦି ସାହସ ଅଛି ତାହାଲେ ମୋତେ ଆରେଷ୍ଟ କର ବୋଲି ସିଧାସଳଖ ଭାବରେ ଦିଲ୍ଲୀ ପୁଲିସକୁ ଚ୍ୟାଲେଞ୍ଜ କରିଛନ୍ତି ।

ଅନ୍ୟପଟେ ଏହି ମାମଲାରେ ଦିଲ୍ଲୀ ପୁଲିସ ପାଖାପାଖି ୨୫ ଜଣଙ୍କୁ ଆରେଷ୍ଟ କରିଥିବାର ସୂଚନା ମିଳିଛି । କିଛିଦିନ ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ କାନ୍ଥରେ ପୋଷ୍ଟର ଲଗାଯାଇଥିବାର ଦେଖିବା ପାଇଁ ମିଳିଥିଲା । ଏହି ପୋଷ୍ଟରରେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ପ୍ରଶ୍ନ କରି ତାଙ୍କ ପିଲାମାନଙ୍କ ଟୀକା କାହିଁକି ବିଦେଶକୁ ପଠାଇଦିଆଗଲା ବୋଲି ଲେଖା ଯାଇଥିଲା । ଏହା ପରେ ସାରା ରାଜ୍ୟରେ ଯେଉଁଠାରେ ପୋଷ୍ଟର ଦେଖିବା ପାଇଁ ମିଳୁଥିଲା ସେଠାରେ ଦିଲ୍ଲୀ ପୁଲିସ କଡା କାର୍ଯ୍ୟାନୁଷ୍ଠାନ ଗ୍ରହଣ କରୁଥିଲା ।

Related Posts