କେନ୍ଦ୍ରକୁ ମାଓ ଚିନ୍ତା, ସୁଧୁରିବ ଯୋଗାଯୋଗ ବ୍ୟବସ୍ଥା

ସତ୍ୟପାଠ ବ୍ୟୁରୋ : ମାଓ ଇଲାକାରେ ଯୋଗାଯୋଗକୁ ସୁଦୃଢ଼ ଓ ସୁଗମ କରିବାକୁ କେନ୍ଦ୍ର ସରକାର ପଦକ୍ଷେପ ନେଇଛନ୍ତି । ଏହି ଅଂଚଳରେ ସଡକ ଓ ମୋବାଇଲ ସେବାର ବିକାଶ ଲାଗି କେନ୍ଦ୍ର ୨୯ ହଜାର କୋଟି ବିନିଯୋଗ ଲାଗି ନିଷ୍ପତି ନେଇଛି ।

ଏହି ଟଙ୍କାରେ ୧୧ହଜାର କିଲୋମିଟର ସଡକ ନିର୍ମାଣ ହେବା ସହ ୪ହଜାରରୁ ଅଧିକ ମୋବାଇଲ ଟାୱାର ବସିବ । ଯାହାଦ୍ୱାରା ଯୋଗାଯୋଗ ବ୍ୟବସ୍ଥା ସୁଧୁରି ପାରିବ । ଏହି ପ୍ରସ୍ତାବକୁ ସ୍ୱରାଷ୍ଟ୍ର ମନ୍ତ୍ରଣାଳୟ ମଂଜୁରୀ ଦେଇଛି । ତେଣୁ ଧାର୍ଯ୍ୟ ସମୟ ଅନୁସାରେ ଏହି ସବୁ ଟାୱାର ସ୍ଥାପନ ପାଇଁ ସ୍ଥିର ହୋଇଛି ।

ମାଓ ପ୍ରବଣ ଇଲାକାରେ ମୁତୟନ ହୋଇଥିବା କେନ୍ଦ୍ରୀୟ ସଶସ୍ତ୍ର ବଳଙ୍କ ବାବଦୀୟ ଦେୟ ପଇଠ କରିବା ପାଇଁ ରାଜ୍ୟ ସରକାରଙ୍କ ପାଖରେ ଆବଶ୍ୟକୀୟ ଅର୍ଥ ନଥିବା କାରଣରୁ ସଂଖ୍ୟାଧିକ ମାଓପ୍ରବର ରାଜ୍ୟ ମୁଖ୍ୟମନ୍ତ୍ରୀ ଏହି ଅର୍ଥ ଛାଡ କରିବା ପାଇଁ ପ୍ରଧାନମନ୍ତ୍ରୀଙ୍କୁ ଅନୁରୋଧ କରିଛନ୍ତି ।

Related Posts