ବିହାର ଲିଚୁ ଉପରେ ନଜର

ସତ୍ୟପାଠ ବ୍ୟୁରୋ : ଓଡିଶା ବଜାରରେ ବିକ୍ରି ହେଉଥିବା ଲିଚୁର ମାନ ଯାଂଚ ହେବ । ମାନ ଯାଂଚ ପାଇଁ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସ ଆଜି ନିର୍ଦ୍ଦେଶ ଦେଇଛନ୍ତି । ବିହାର ମୁଜାଫରପୁରରେ ଲିଚୁ ଖାଇ ଶତାଧିକ ଶିଶୁଙ୍କ ମୃତ୍ୟୁ ପରେ ଏନେଇ ତତ୍ପର ହୋଇଛି ସ୍ୱାସ୍ଥ୍ୟବିଭାଗ ।

ଲିଚୁର ମାନ ଯାଂଚ ପାଇଁ ଏକ ଟିମ୍ ଯଥାଶୀଘ୍ର ଗଠନ କରିବାକୁ ସ୍ୱାସ୍ଥ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ରାଜ୍ୟକୁ ଆସୁଥିବା ବିହାରୀ ଲିଚୁ ଉପରେ ରୋକ ଲଗାଇବା ସହ ମାନ ଯାଂଚ ପରେ ତାହା ବଜାରକୁ ଛଡାଯିବ ବୋଲି କୁହାଯାଇଛି ।

Related Posts