ଫ୍ଲାଏଓଭର ଉପରେ ଲାଗିଲା କଟକଣା : ବିନା ହେଲ୍‌ମେଟ୍‌ରେ ଗାଡି ଚଳାଇବା ମନା

ଏଣିକି ବିନା ହେଲ୍‌ମେଟ୍‌ରେ ଖଣ୍ଡଗିରିରୁ ରସୁଲଗଡ଼ ପର୍ଯ୍ୟନ୍ତ ବାଇକ ଚାଳକ ଯାଇ ପାରିବେନି। ଯଦି ବିନା ହେଲମେଟ୍‌ରେ ବାଇକ ଚଲାଇଲେ କିମ୍ବା ନିୟମ ଉଲ୍ଲଂଘନ କଲେ ଆଇନ ଅନୁସାରେ ଦଣ୍ଡିତ ହେବେ ବୋଲି ଖୋର୍ଦ୍ଧା ଜିଲ୍ଲାପାଳ ବି.ଏସ୍ ପୁନିଆ କହିଛନ୍ତି। ଏହି କଟକଣା ଆସନ୍ତା ଏକମାସ ପର୍ଯ୍ୟନ୍ତ ଜାରି ରହିବ।

ଫ୍ଲାଇ ଓଭର୍‌ରେ ବାରମ୍ବାର ଦୁର୍ଘଟଣା ଘଟିବା ପରେ ଜିଲ୍ଲା ପ୍ରଶାସନ ଏଭଳି କଟକଣା ଜାରି କରିଛି।  ଖୋର୍ଦ୍ଧା ଜିଲ୍ଲା ପାଳଙ୍କ ପକ୍ଷରୁ  ପରୀକ୍ଷାମୂଳକ ଭାବେ ଏହି ନିର୍ଦେଶନାମା  ଆଜିଠାରୁ କର୍ଯ୍ୟକାରୀ ହୋଇଛି।  ହାଇେଓ୍ୱ ଓଭରବ୍ରିଜ ଉପରେ ବିନା ହେଲମେଟରେ ଓ ଓଭର ସ୍ପିଡିଂ ଯୋଗୁ   ବାଇକ ଚାଳକଙ୍କ  ଜୀବନହାନୀ ବେଶି ହେଉଥିବାରୁ   ଗୋଟିଏ ମାସ ପର୍ଯ୍ୟନ୍ତ ଏହି ନିର୍ଦ୍ଦେଶକୁ କଡ଼ାକଡ଼ି ପାଳନ କରାଯିବ।  ବାଇକ ଚାଲକଙ୍କୁ ସଚେତନତ କରାଯିବା ସହ  କେଉଁଠି ଚାଲାଣ କଟାଇଯାଇଛି ଗୋଟିଏ ମାସ ଫଳାଫଳକୁ ଦେଖି  ଦରକାର ପଡିଲେ ହାଇେଓ୍ୱ  ଓଭରବ୍ରିଜ ଉପରେ  ବାଇକ ଚଳାଚଳ ସଂପୂର୍ଣ ବନ୍ଦ ହୋଇପାରେ।

ପରିବହନ ବିଭାଗର  ତିନିମାସର ତଥ୍ୟ ଅନୁସାରେ ଓଭରବ୍ରିଜ ଉପରେ ଘଟିଥିବା ୯୫ ପ୍ରତିଶତ ଦୁର୍ଘଟଣା ବାଇକ ଚାଳକଙ୍କ ସହିତ ହୋଇଛି । ଅଧିକାଂଶ ଦୁର୍ଘଟଣାରେ  ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି। ଏହାସହ  ନିକଟରେ  ବରମୁଣ୍ଡାରୁ ରସୁଲଗଡ ଓଭରବ୍ରିଜରେ ୧୨ଟି ମର୍ମନ୍ତୁଦ ଦୁର୍ଘଟଣା ଘଟିଛି।  ଯେଉଁଥିରେ ୮ଜଣ ବାଇକ ଚାଳକଙ୍କ ମୃତ୍ୟୁ ହୋଇଛି।   ଓଭରବ୍ରିଜ ଉପରେ ଓଭର ସ୍ପିଡିଂ, ବିନା ହେଲମେଟରେ ଡ୍ରାଇଭିଂ ବାଇକ ଚାଳକଙ୍କ ପାଇଁ ବିପଦ ଜନ୍ନକ ହେଉଛି। ତେବେ ଓଭରବ୍ରିଜ ଉପରେ ଦୁର୍ଘଟଣା ହାର ଓ  ମୃତ୍ୟୁହାର କମାଇବା ପାଇଁ  ଖୋର୍ଦ୍ଧା ଜିଲ୍ଲାପାଳ ବିନା ହେଲମେଟରେ ଓଭରବ୍ରିଜ ଉପରେ ବାଇକ ଚଳାଇବା ଉପରେ କଟକଣା ଲଗାଇଛନ୍ତି ।

Related Posts