ରାଜ୍ୟକୁ କେନ୍ଦ୍ରର ଚିଠି, ୧୫ ସୁଦ୍ଧା ତାଲିକା ଦିଅ

ସତ୍ୟପାଠ ବ୍ୟୁରୋ : ଆସନ୍ତା ୧୫ ତାରିଖ ସୁଦ୍ଧା ପ୍ରଧାନ ମନ୍ତ୍ରୀ ସମ୍ମାନ କିଷାନ ନିଧି (ପିଏମ୍-କିଷାନ) ଯୋଜନାରେ ଯୋଗ୍ୟ ହିତାଧିକାରୀଙ୍କ ନାମ ଅପଲୋଡ୍ କରିବାପାଇଁ କେନ୍ଦ୍ର ସରକାର କହିଛନ୍ତି । ରାଜ୍ୟ ସରକାର ଚାଷୀଙ୍କ ତାଲିକା ଦେବାରେ ବିଳମ୍ବ କରୁଥିବାରୁ ପିଏମ୍-କିଷାନ ସିଇଓ ବିବେକ ଅଗ୍ରୱାଲ ରାଜ୍ୟ ସରକାରଙ୍କୁ ଏହି ମର୍ମରେ ପତ୍ର ଲେଖିଛନ୍ତି ।

ଏହି ପତ୍ରରେ ଦର୍ଶାଯାଇଛି ଯେ ୧୫ ତାରିଖ ସୁଦ୍ଧା ଚାଷୀଙ୍କ ତାଲିକା ପ୍ରଦାନ ନକଲେ ସେମାନେ ପରବର୍ତ୍ତୀ କିସ୍ତି ଅର୍ଥ ପାଇବାରୁ ବଞ୍ଚିତ ହେବେ । କେନ୍ଦ୍ର କୃଷି ଓ କୃଷକ କଲ୍ୟାଣ ମନ୍ତ୍ରାଳୟ ପକ୍ଷରୁ ଶତ ପ୍ରତିଶତ ଯୋଗ୍ୟ ହିତାଧିକାରୀ ଚାଷୀଙ୍କ ତାଲିକା ପ୍ରସ୍ତୁତ ସହିତ ସେମାନେ ଯେଭଳି ଯୋଜନାର ଲାଭ ପାଇପାରିବେ ସେଥିପାଇଁ ଧାର‌୍ୟ୍ୟ ସମୟ ମଧ୍ୟରେ ଏହାକୁ ପିଏମ୍-କିଷାନ ପୋର୍ଟାଲରେ ଅପ୍ଲୋଡ ପାଇଁ କୁହାଯାଇଛି । ପିଏମ୍-କିଷାନ କେନ୍ଦ୍ର ସରକାରଙ୍କର ଫ୍ଲାଗସିପ୍ ଯୋଜନା ହୋଇଥିବାବେଳେ ବହୁ ରାଜ୍ୟ କିନ୍ତୁ ଏହାକୁ ଗୁରୁତ୍ୱର ସହ ନେଉ ନାହାନ୍ତି ।

Related Posts