ମହାରାଷ୍ଟ୍ରର ଅହମ୍ମଦନଗରରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇଥିବା କେନ୍ଦ୍ରମନ୍ତ୍ରୀ ନୀତୀନ ଗଡ଼କରୀଙ୍କର ସ୍ବାସ୍ଥାବସ୍ଥା ଅଚାନକ ଖରାପ ହୋଇଗଲା । ଗଡ଼କରୀ ଷ୍ଟେଜ୍ ଉପରେ ହିଁ ବେହୋସ୍ ହୋଇଗଲେ । ଏହି ସମୟରେ ମହାରାଷ୍ଟ୍ରର ରାଜ୍ୟପାଳ ବିଦ୍ୟାସାଗର ରାଓ ମଧ୍ୟ ସେଠାରେ ଉପସ୍ଥିତ ଥିଲେ । ରାଜ୍ୟପାଳ ହିଁ ତାଙ୍କୁ ଷ୍ଟେଜ୍ ଉପରେ ସମ୍ଭାଳିଲେ । ନୀତୀନ ଗଡ଼କରୀଙ୍କୁ ହସ୍ପିଟାଲ୍ ନିଆଗଲା ।
ଯଦିଓ ନୀତୀନ ଗଡ଼କରୀଙ୍କ ଅଫିସ୍ରୁ ପରେ ଟ୍ବିଟ୍ କରି ସୂଚନା ଦିଆଯାଇଛି ଯେ ତାଙ୍କର ସ୍ବାସ୍ଥାବସ୍ଥା ଏବେ ଠିକ୍ ଅଛି ଆଉ ସେ ନିଜ ଅନ୍ୟ କାର୍ଯ୍ୟକ୍ରମରେ ଯାଉଛନ୍ତି ।
ନୀତୀନ ଗଡ଼କରୀ ଅହମ୍ମଦନଗରରେ ମହାତ୍ମା କୁଲେ କୃଷି ବିଦ୍ୟାପୀଠର ଦୀକ୍ଷାନ୍ତ ସମାରୋହରେ ଭାଗ ନେବା ପାଇଁ ଯାଇଥିଲେ । ଯେଉଁ ସମୟରେ ଜାତୀୟ ସଂଗୀତ ଗାଇବା ସମୟରେ ସେ ଛିଡ଼ା ହେଉଥିଲେ, ସେହି ସମୟରେ ଅଚାନକ ସେ ବେହୋସ ହୋଇଗଲେ । ରାଜସ୍ଥାନର କୃଷିମନ୍ତ୍ରୀ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେ ଟ୍ବିଟ୍ କରି ନୀତୀନ ଗଡ଼କରୀ ଶୀଘ୍ର ସୁସ୍ଥ ହୋଇଯିବା ନେଇ କାମନା କରିଛନ୍ତି..
ଏହା ପୂର୍ବରୁ ବି ବହୁ ଥର ଅଚାନକ ଏମିତି ନୀତୀନ ଗଡ଼କରୀଙ୍କ ସ୍ବାସ୍ଥାବସ୍ଥା ଖରାପ ହୋଇଛି । କିଛି ବର୍ଷ ପୂର୍ବରୁ ସେ ଓଜନ କମାଇବା ପାଇଁ ଅପରେସନ କରାଇଥିଲେ । ନୀତୀନ ଗଡ଼କରୀ ବିଜେପିର ଅଧ୍ୟକ୍ଷ ମଧ୍ୟ ରହିଛନ୍ତି ଆଉ ଏବେ ସେ ନାଗପୁରରୁ ସାଂସଦ ଅଛନ୍ତି ।