ଦୁର୍ଦ୍ଦାନ୍ତ ଆତଙ୍କବାଦୀର ଅପରେସନ୍‌ ’20-20′, ପାକିସ୍ତାନର ପ୍ରଧାନମନ୍ତ୍ରୀ ହେବାକୁ ହାଫିଜ୍‌ ସଇଦ୍‌ର ଷଡ଼ଯନ୍ତ୍ର

2 ବର୍ଷ ଭିତରେ ଇମ୍ରାନ୍‌ ଖାନ୍‌ଙ୍କୁ ଗାଦିଚ୍ୟୁତ କରିବାକୁ ଆତଙ୍କବାଦୀ ହାଫିଜ୍‌ ସଇଦ୍‌ ଷଡ଼ଯନ୍ତ୍ର କରିଛି । ଏଥିରେ ତାକୁ ପାକିସ୍ତାନୀ ସେନା ଓ ଆଇଏସ୍‌ଆଇ ମଧ୍ୟ ସହଯୋଗ କରୁଛନ୍ତି । ଅନ୍ୟ ଦେଶ ମଧ୍ୟ ହାଫିଜ୍‌କୁ ସାହାଯ୍ୟ କରୁଥିବା ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ ଏକ ରିପୋର୍ଟରେ କୁହାଯାଇଛି ।

କ’ଣ ପାକିସ୍ତାନରେ ପୁଣି ଥରେ ବଦଳିବ ସରକାର ? କ’ଣ ଆତଙ୍କର ଆକ୍କା ହେବ ପ୍ରଧାନମନ୍ତ୍ରୀ ? 2020ରେ ହାଫିଜ୍‌ ସଇଦ୍‌ ହେବ ପାକିସ୍ତାନର ପିଏମ୍‌ ? ଗୋଟିଏ ରିପୋର୍ଟ ଆସିବା ପରେ ଏବେ ଏ ସବୁ ପ୍ରଶ୍ନ ଉଠୁଛି । ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟ ପକ୍ଷରୁ କରାଯାଇଛି ଏହି ଚମକାଇଦେବାଭଳି ଖୁଲାସା ।
ମାତ୍ର ତିନି ମାସ ପୁରୁଣା କଥା । ପାକିସ୍ତାନର ସାଧାରଣ ନିର୍ବାଚନରେ ହାଫିଜ୍‌ ସଇଦ୍‌ ଓ ଆତଙ୍କର ତାର ଲସ୍କରର ଖାତା ବି ଖୋଲିନଥିଲା । ଗୋଟିଏ ପଟେ ପାକିସ୍ତାନୀ ଜନତା ହାଫିଜ୍‌ ସଇଦ୍‌ ଓ ତାର ଲସ୍କରକୁ ସମ୍ପୂର୍ଣ୍ଣ ଭାବେ ପ୍ରତ୍ୟାଖ୍ୟାନ କରିଥିଲେ । କିନ୍ତୁ ଏହି ଲଜ୍ଜାଜନକ ପରାଜୟ ସତ୍ବେ ହାଫିଜ୍‌ ଏକ ଏମିତି ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଛି । ଯାହା ସାହାଯ୍ୟରେ ସେ ମାତ୍ର ଦୁଇ ବର୍ଷ ଭିତରେ ପାକିସ୍ତାନର ପ୍ରଧାନମନ୍ତ୍ରୀ ପଦ ହାତେଇବାକୁ ଯାଉଛି । ଚମକାଇଦେବା ଭଳି କଥା ହେଲା ଏହି ଷଡ଼ଯନ୍ତ୍ରର ଖୁଲାସା ଆଉ କିଏ ନୁହେଁ ବରଂ ଅକ୍ସଫୋର୍ଡ ବିଶ୍ବବିଦ୍ୟାଳୟର ଏକ ରିପୋର୍ଟରେ କରାଯାଇଛି ।

ମାତ୍ର ଗୋଟିଏ ସପ୍ତାହ ପୂର୍ବରୁ ହିଁ ଇମ୍ରାନ୍‌ ଖାନ୍‌ ହାଫିଜ୍‌ ଓ ହାଫିଜ୍‌ର ଲସ୍କର ଉପରେ ଲାଗିଥିବା କଟକଣା ହଟାଇ ଦେଇଥିଲେ । ଏ ବାବଦରେ ହାଫିଜ୍‌ ସଇଦ୍‌ ବିଧିବଦ୍ଧ ଭାବେ ପାକିସ୍ତାନର ଅଦାଲତକୁ ସୂଚନା ବି ଦେଲା । ଏବେ ସେହି ହାଫିଜ୍‌ ସଇଦ୍‌ ଲଜ୍ଜାଜନକ ନିର୍ବାଚନୀ ପରାଜୟ ସତ୍ବେ ଟ୍ବେଣ୍ଟି – ଟ୍ବେଣ୍ଟିର ଷଡ଼ଯନ୍ତ୍ରରେ ଲାଗି ଯାଇଛି ।

ହାଫିଜ୍‌ ସଇଦର ଏହି ପ୍ଲାନ୍‌ 20-20ର ପୁରା ଖୁଲାସା କରିବୁ, ଏହା ପୂର୍ବରୁ ଆପଣଙ୍କୁ କହି ରଖୁଛୁ ଯେ ଇଂଲଣ୍ଡର ଯେଉଁ ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟ ଏହି ଚମକାଇ ଦେବା ଭଳି ଖୁଲାସା କରିଛି, ,ସେହି ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ଏକ ରିପୋର୍ଟରେ କୁହାଯାଇଛି ଯେ ଏବେ ସିରିଆରୁ ବି ଅଧିକ ଆତଙ୍କବାଦୀ ପାକିସ୍ତାନୀ ମାଟିରେ ଅଛନ୍ତି । ଏତିକି ନୁହେଁ ଏହି ଆତଙ୍କବାଦୀଙ୍କ ଉପସ୍ଥିତି ଫଳରେ ପାକିସ୍ତାନ ମାନବ ଜାତି ପାଇଁ ସିରିଆଠାରୁ 3 ଗୁଣ ଅଧିକ ବିପଜ୍ଜନକ ।

ଅକ୍ସଫୋର୍ଡ ବିଶ୍ବ ବିଦ୍ୟାଳୟର ଏହି ରିପୋର୍ଟ ଅନୁସାରେ ଦୁଇ ବର୍ଷ ପରେ ହାଫିଜ୍‌ ସଇଦ୍‌ ପାକିସ୍ତାନରେ କ୍ଷମତା ଦଖଲ କରିନେବ । ଏବଂ ଏଥିରେ କେବଳ ପାକିସ୍ତାନୀ ସେନା ବା ତାର ଆତଙ୍କବାଦୀ ସଂଗଠନ ନୁହେଁ, ବରଂ ବିଶ୍ବର ଅନ୍ୟ ଦେଶ ବି ପ୍ରଧାନମନ୍ତ୍ରୀ ଆସନ ଯାଏଁ ପହଞ୍ଚିବା ପାଇଁ ହାଫିଜ୍‌ର ସିଡ଼ି ପାଲଟିବେ ।

ଥରେ ଭାବନ୍ତୁ ଦେଖି ଜଣେ ଏମିତି ଆତଙ୍କବାଦୀ ଯାହା ମୁଣ୍ଡ ବଦଳରେ କୋଟି କୋଟି ଟଙ୍କାର ପୁରସ୍କାର ରହିଛି, ସେ ଯଦି କାଲି ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଯାଏ ତେବେ କଣ ହେବ । ନିଶ୍ଚିତ ଭାବେ ଏମିତି କଳ୍ପନା କରିବା ବି ଭାରତକୁ ଅସହଜ କରିଦେବା ଭଳି । କାରଣ ଭାରତ ଯାହାକୁ ଦେଶରେ ଆତଙ୍କବାଦୀ ଆକ୍ରମଣର ଦାୟୀ ବୋଲି ମାନେ, ଏବଂ ଯାହାର ସଂଗଠନକୁ ଆତଙ୍କବାଦୀ ସଂଗଠନ ଘୋଷିତ କରିବା ପାଇଁ ସାରା ବିଶ୍ବର ସମର୍ଥନ ଏକଜୁଟ୍‌ କରୁଛି । ଯେତେବେଳେ ସେହି ଲୋକ ପ୍ରଧାନମନ୍ତ୍ରୀ ହୋଇଯିବ, ସେତେବେଳେ ଭାରତର ବିଦେଶ ନୀତିର କଣ ହେବ ।

କିନ୍ତୁ ପ୍ରଶ୍ନ ହେଲା ହାଫିଜ୍‌ର 20-20 ପ୍ଲାନ୍‌ କଣ । କାରଣ ନିକଟରେ ସରିଥିବା ପାକିସ୍ତାନୀ ନିର୍ବାଚନରେ ତାକୁ ଗୋଟିଏ ବି ସିଟ୍‌ ମିଳି ନ ଥିଲା । ଏମିତିକି ତାର ପାର୍ଟିକୁ ନିର୍ବାଚନ ଆୟୋଗ ନିର୍ବାଚନ ଲଢ଼ିବାକୁ ଦେଇ ନ ଥିଲା । ତେବେ ମାତ୍ର ଦୁଇ ବର୍ଷ ଭିତରେ ଏମିତି କଣ ହେବାକୁ ଯାଉଛି ଯେ ଆତଙ୍କର ମନ୍ତ୍ରୀ ପାକିସ୍ତାନର ପ୍ରଧାନମନ୍ତ୍ରୀ ହୋଇଯିବ । କଣ ହାଫିଜ୍‌ ସଇଦ୍‌ ଓ ସେନା ଇମ୍ରାନ୍‌ ଖାନ୍‌ ସରକାରର ବାଜି ପାଲଟାଇ ଦେବେ ।

Related Posts