ପୁଣି ବିବାଦରେ ଅଲୀଗଡ଼ ମୁସଲିମ୍‌ ବିଶ୍ବ ବିଦ୍ୟାଳୟ

ପୁଣି ବିବାଦରେ ଉତ୍ତରପ୍ରଦେଶର ଅଲୀଗଡ ମୁସଲିମ ବିଶ୍ବବିଦ୍ୟାଳୟ । କିଛି ଦିନ ତଳେ ମହମ୍ମଦ ଅଲୀ ଜିନ୍ନାଙ୍କୁ ନେଇ ବିବାଦରେ ରହିଥିବା ବେଳେ ଏବେ ବାବରୀ ମସଜିଦକୁ ନେଇ ପୁଣି ବିବାଦ ଘେରକୁ ଆସିଛି ବିଶ୍ବବିଦ୍ୟାଳୟ ।

ଏଏମ୍‌ୟୁ କ୍ୟାମ୍ପସରେ ବିବାଦୀୟ ପୋଷ୍ଟର ଲଗାଯାଇଥିବା ଦେଖିବାକୁ ମିଳିଛି । ଏହାକୁ ନେଇ କ୍ୟାମ୍ପସ୍‌ରେ ଉତ୍ତେଜନା ଦେଖାଦେଇଛି । ଅନ୍ୟାୟ ବିରୋଧରେ ସ୍ବର ଉତ୍ତୋଳନ ପାଇଁ ପୋଷ୍ଟରରେ ଉଲ୍ଲେଖ କରାଯାଇଛି । ଏଥିସହ ବାବ୍ରି ମସ୍‌ଜିଦର ପୁନଃ ନିର୍ମାଣ କରାଯିବ ବୋଲି ପୋଷ୍ଟରରେ ଲେଖାଯାଇଛି ।

ଘଟଣା ସମ୍ପର୍କରେ ଏଏମ୍‌ୟୁ ପ୍ରଶାସନକୁ ସୂଚନା ମିଳିବା ପରେ ତୁରନ୍ତ କ୍ୟାମ୍ପସ୍‌ରୁ ପୋଷ୍ଟର ହଟାଯାଇଛି । ସେପଟେ ଏ ନେଇ ବିଶ୍ବବିଦ୍ୟାଳୟ କର୍ତ୍ତୁପକ୍ଷ କହିଛନ୍ତି ଏମିତି ପୋଷ୍ଟର ମାରିବା ପାଇଁ କାହାରିକୁ ଅନୁମତି ନାହିଁ ବୋଲି ।

Related Posts