ବିିରୋଧୀଙ୍କ ଗରମର ଉତ୍ତାପକୁ ଆଉ କିଛି ଦିନପରେ ମୁଁ ଶିମଳାରେ ପରିଣତ କରିଦେବି ବୋଲି ଯୋଗୀ କହିବା ପରେ ଚନ୍ଦ୍ରଶେଖର ଆଜଦ ଦେଲେ ଏପରି ବୟାନ

ଗୋରଖପୁର(ସତ୍ୟପାଠ ବ୍ୟୁରୋ): ଉତ୍ତରପ୍ରଦେଶ ବିଧାନସଭା ନିର୍ବାଚନ ଉପରେ ସାରା ଦେଶର ନଜର ରହିଛି । ଏପରିକି କିଏ ଏଥର ମୁଖ୍ୟମନ୍ତ୍ରୀ ହେବ ସେନେଇ ମଧ୍ୟ ଅନେକ କଳ୍ପନାଜଳ୍ପନା ଚାଲିଛି । ସେପଟେ ରାଜନୈତିକ ଦଳମାନେ ଜୋରଦାର ପ୍ରଚାର ମଧ୍ୟ ଆରମ୍ଭ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ ହାପୁଂଡରେ ଏକ କାର୍ଯ୍ୟକ୍ରମକୁ ସମ୍ବୋଧିତ କରିଛନ୍ତି । ତେବେ କୌରାନା ଓ ମୁଜାଫରନଗରରେ ବର୍ତ୍ତମାନ ବିରୋଧୀ ଦଳମାନେ ଯେଉଁ ଗରମ ଦେଖାଯାଉଛନ୍ତି, ଏହାକୁୁ ମୁଁ ମେ’ ଆଉ ଜୁନ ମାସରେ ତାଙ୍କର ଏହି ଉତ୍ତାପକୁ ‘ଶିମଳା’ରେ ପରିଣତ କରିଦେବି । ସିଏମ୍ ଯୋଗୀଙ୍କ ଏହି କାର‌୍ୟ୍ୟକ୍ରମ ହାପୁରର ପିଲଖୁଆରେ ଥିଲା, କିନ୍ତୁ ଏହାର ପ୍ରଭାବ ପୁରା ପଶ୍ଚିମ ଉତ୍ତରପ୍ରଦେଶରେ ପଡ଼ିଥିଲା । ଏପରିକି ଏ ଖବର ସାମ୍ନାକୁ ଆସିବା ପରେ ସାରା ଦେଶର ରାଜନୀତି ବେଶ ଚଳଚଞ୍ଚଳ ହୋଇଉଠିଥିଲା । ସେପଟେଯୋଗୀ ଆଦିତ୍ୟନାଥଙ୍କ ବିବୃତ୍ତିର ପ୍ରତିକ୍ରିୟାରେ ଭୀମ ସେନାର ଚନ୍ଦ୍ର ଶେଖର ଆଜାଦ ପ୍ରତିକ୍ରିୟା ଦେଇଥିବାର ଦେଖିବାକୁ ମିଳିଛି ।

ତେବେ ମେ ଏବଂ ଜୁନ୍ ମାସର ଉତ୍ତାପରେ ମୁଖ୍ୟମନ୍ତ୍ରୀ ‘ଶିମଲା’ କରିପାରିବେ। କିନ୍ତୁ ତାଙ୍କ ଘର ଜନପଥରେ ଜଣେ ମା’ ଆଖରେ ଲୁହ ନେଇ ନ୍ୟାୟ ପାଇଁ ବୁଲୁଛନ୍ତି, ତାଙ୍କୁ ନ୍ୟାୟ ଦେଇପାରିବେ ନାହିଁ । ଆଜି ଦେଖିଲେ ଗୋରଖପୁରରେ ଅନେକ ଲୋକ ସେମାନଙ୍କର ଯନ୍ତ୍ରଣା ଲୁଚାଉଛନ୍ତି । ବାବାଙ୍କୁ ଲୁହର ହିସାବ ଦେବାକୁ ପଡିବ । ଅନ୍ୟପଟେ ଓପି ରାଜଭାରଙ୍କ ପୁଅ ଅରୁଣ ରାଜଭାର ମଧ୍ୟ ସିଏମ ଯୋଗୀଙ୍କୁ ଆକ୍ରମଣ କରି କହିଥିଲେ ଯେ ସାଧୁ ଏଭଳି ଭାଷା କହିପାରିବେ ନାହିଁ, ଏହି ଭାଷା ଏକ ଗୁଣ୍ଡାର ଭାଷା । ଏପରି ଗୁଣ୍ଡାମାନଙ୍କର ପୁଣି କାନ୍ଦିବାର ସମୟ ଆସିଯାଇଛି । ଉତ୍ତରପ୍ରଦେଶର ଲୋକମାନେ ଏକ ପରିବର୍ତ୍ତନ ଆଣିବାକୁ ଯାଉଛନ୍ତି ବୋଲି କହିଛନ୍ତି । ଉତ୍ତରପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କର ଏହି ଭିଡିଓଟି ସୋସିଆଲ ମିଡିଆରେ ବର୍ତ୍ତମାନ ଖୁବ ଭାଇରାଲ ହେବାରେ ଲାଗିଛି । ଏହା ସହ ଲୋକମାନେ ଏହାକୁ ଟ୍ରୋଲ କରିବା ମଧ୍ୟ ଆରମ୍ଭ କରିଦେଇଥିବାର ଦେଖିବାକୁ ମିଳିଛି ।

Related Posts