ଚନ୍ଦ୍ରଯାନ-୨ର ସଫଳ ଉତକ୍ଷେପଣ

ସତ୍ୟପାଠ ବ୍ୟୁରୋ : ବହୁ ପ୍ରତିକ୍ଷୀତ ଚନ୍ଦ୍ରଯାନ – ୨ ଉତକ୍ଷେପଣ ହୋଇଛି । ଶ୍ରୀ ହରିକୋଟା ମହାକାଶ ଗବେଶଣା କେନ୍ଦ୍ରରୁ ଅପରାହ୍ନ ୨ଟା ୪୩ରେ ଏହାର ଉତକ୍ଷେପଣ କରାଯାଇଛି । ଏହାସହ ଆକାଶରେ ଇତିହାସ ରଚିଛି ଇସ୍ରୋ ।

ଦୀର୍ଘ ୩୧ବର୍ଷ ପରେ ପୁଣି ଆକାଶକୁ ଏହି ଅଭିଯାନ ଆରମ୍ଭ ହୋଇଛି । ଜିଏସଏଲଭି-ଲମକେ ୩ ବାହୁବଳୀ ରକେଟ ସାହାଯ୍ୟରେ ଚନ୍ଦ୍ରଯାନ-୨ର ଉତକ୍ଷେପଣ ହୋଇଛି । ୪୮ରୁ ୮୦ ଦିନ ଭିତରେ ଏହି ମିଶନ ପୁରା ହେବ । ବୈଷୟିକ ତ୍ରୁଟି ଯୋଗୁ ଜୁଲାଇ ୧୫ରେ ଏହାର ଉତକ୍ଷେପଣକୁ ସ୍ଥଗିତ ରଖାଯାଇଥିଲା ।

Related Posts