ଜାମିନ ପାଇଲେ ସାରଥୀ ବାବା

ସତ୍ୟପାଠ ବ୍ୟୁରୋ : ସାରଥୀ ବାବା ଓରଫ ସନ୍ତୋଷ ରାଉଳଙ୍କୁ ମିଳିଲା ଜାମିନ । ଗୋଟିଏ ମାମଲାରେ ହାଇକୋର୍ଟ ତାଙ୍କୁ ସର୍ତ୍ତମୂଳକ ଜାମିନ ପ୍ରଦାନ କରିଛନ୍ତି । ପୂର୍ବରୁ ଦୁଇଟି ମାମଲାରେ ସେ ଜାମିନ ପାଇସାରିଥିବା ବେଳେ ଏବେ ଶେଷ ମାମଲାରେ ତାଙ୍କୁ ଜାମିନ ମିଳିଛି । ଫଳରେ ସେ ଜେଲରୁ ମୁକୁଳିବା ରାସ୍ତା ଫିଟିଛି ।

୨୦୧୫ ଅଗଷ୍ଟ ୮ ତାରିଖରେ ଗିରଫ ହୋଇଥିଲେ ବାବା ସାରଥୀ । ଆଶ୍ରମର ଅନ୍ତେବାସିନୀଙ୍କୁ ଅସଦାଚରଣ କରିବା ଅଭିଯୋଗରେ ପ୍ରଥମେ ତାଙ୍କୁ ଗିରଫ କରାଯାଇଥିଲା । ପରେ ତାଙ୍କ ବିରୋଧରେ ଅର୍ଥନୈତିକ ଅପରାଧ ମାମଲା ରୁଜୁ କରାଯାଇଥିଲା ।

Related Posts