ଖସେଇବା ପଛରେ ଗୃହମନ୍ତ୍ରୀଙ୍କ ହାତ !

କଳାହାଣ୍ଡି: ଜୁନାଗଡ଼ରେ ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ଭିଡିଓ ଭାଇରାଲ ଘଟଣାରେ ୟୁ ଟର୍ଣ୍ଣ । ପୀଡ଼ିତାଙ୍କ ଚାଞ୍ଚଲ୍ୟକର ବୟାନ । ଡ୍ରାଇଭର ଲଳିନ୍ଦ୍ର ଶବର ମୁଖ୍ୟ ଖଳନାୟକ । ତାକୁ କାହିଁ ଛାଡ଼ିଦିଆଗଲା ?  ଲଳିନ୍ଦ୍ରଙ୍କୁ ଗିରଫ କରା ନଗଲେ ମୁଁ ଆତ୍ମହତ୍ୟା କରିବି ବୋଲି କହିଛନ୍ତି ପୀଡ଼ିତା । ଘଟଣା ଦିନ ଲଳିନ୍ଦ୍ରଙ୍କୁ ଲିଫ୍‌ ମାଗି ତାଙ୍କ ବାଇକ୍‌ରେ ଯାଇଥିଲେ ପୀଡ଼ିତା । ବାଟରେ ଲଳିନ୍ଦ୍ର ନିକଟକୁ ବାରମ୍ବାର ଫୋନ ଆସୁଥିଲା । ହଠାତ ଜଙ୍ଗଲ ମଝିରେ ସେ ଗାଡ଼ି ରଖିଥିଲେ । ଏହା ପରେ 6 ଜଣ ଯୁବକ ମୋତେ ଉଠାଇ ନେଇଯାଇଥିଲେ  । ଜଙ୍ଗଲରେ ଲଳିନ୍ଦ୍ର ହିଁ ମୋତେ ପ୍ରଥମେ ଦୁଷ୍କର୍ମ କରିଥିଲା । ଏହା ପରେ ଆଉ ଜଣେ ଯୁବକ ଦୁଷ୍କର୍ମ କରିଥିଲା । ପୀଡ଼ିତାଙ୍କ ଏଭଳି ବୟାନ ଏବେ ଘଟଣା ପଛରେ ଥିବା ବଡ଼ ରହସ୍ୟକୁ ଦର୍ଶାଉଛି । ‘ମୋ ସରକାର’ ପରେ ‘ମୋ ପୋଲିସ’ର ସଫଳତା । ମୁଖ୍ୟ ଅଭିଯୁକ୍ତକୁ ଖସେଇବାରେ ସଫଳ ପୋଲିସ । ଅନ୍ୟପଟେ ଘଟଣାରେ ବିଜେଡି ମନ୍ତ୍ରୀଙ୍କ ହାତ ଥିବା ସିଧାସଳକ ଅଭିଯୋଗ କରିଛି ବିଜେପି । ଲଳିନ୍ଦ୍ର ଶବର କଳାହାଣ୍ଡି ଜିଲ୍ଲା ବିଜେଡି କାର୍ଯ୍ୟକାରୀ ସଭାପତି ପ୍ରବୋଧ ରଥଙ୍କ ଡ୍ରାଇଭର ହୋଇଥିବାରୁ ତାକୁ ପୋଲିସ ଛାଡ଼ିଦେଇଥିବା କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତସିଂହାର । ଲଳିନ୍ଦ୍ରଙ୍କୁ ଖସାଇବାରେ ଗୃହ ରାଷ୍ଟ୍ରମନ୍ତ୍ରୀ ଦିବ୍ୟଶଙ୍କର ମିଶ୍ରଙ୍କ ବଡ଼ ଭୂମିକା ଥିବା କହିଛି ବିଜେପି । ଗଣଦୁଷ୍କର୍ମ ମାମଲାରେ ଦିବ୍ୟଶଙ୍କର କାହିଁକି ଆଗୁଆ ମୁଣ୍ଡ ପୂରାଇଲେ ବୋଲି ପ୍ରଶ୍ନ କରିଛି ବିଜେପି ।

ଘଟଣାରେ 9 ଜଣଙ୍କୁ ଗିରଫ କରାଯାଇଥିଲେ ବି ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ରକୁ କାହିଁକି ଗିରଫ କରାଗଲା ନାହିଁ ?

ମୁଖ୍ୟ ଅଭିଯୁକ୍ତ ଲଳିନ୍ଦ୍ର ଶବରକୁ ଖସେଇବା ପଛରେ କିଏ ?

ଯଦି ବିଜେପିର ଅଭିଯୋଗ ସତ ହୋଇଥାଏ ତେବେ ସାଙ୍ଘାତିକ

ଜୁନାଗଡ଼ ପୀଡ଼ିତା ନ୍ୟାୟ ପାଇବେ ନା ନାହିଁ ?

Related Posts