ବଦଳିଲା କଲେଜ୍‌ ଆଡ୍‌ମିସନ୍‌ ଚୟନ ପ୍ରକ୍ରିୟା: ଦ୍ୱାଦଶ ଶ୍ରେଣୀ ମାର୍କ ନୁହେଁ ସିୟୁଇଟି ମାର୍କ ଆଧାରରେ ହେବ ଛାତ୍ରଛାତ୍ରୀଙ୍କ ସିଲେକ୍ସନ

ଦ୍ୱାଦଶ ଶ୍ରେଣୀ ମାର୍କ ନୁହେଁ କମନ୍‌ ୟୁନିଭରସିଟି ଏଣ୍ଟ୍ରାନ୍ସ ଟେଷ୍ଟ ବା ସିୟୁଇଟି ମାର୍କ ଆଧାରରେ ହେବ କଲେଜ୍‌ ଆଡ୍‌ମିସନ୍‌ ଚୟନ ପ୍ରକ୍ରିୟା । ଏନେଇ ନାସ୍‌ନାଲ୍‌ ଟେଷ୍ଟିଂ ଏଜେନ୍ସି ସିୟୁଇଟି ପରୀକ୍ଷା ପାଇଁ ରେଜିଷ୍ଟ୍ରେସନ୍‌ ପ୍ରକ୍ରିୟା ଆରମ୍ଭ କରିଦେଇଥିବା ଜଣାପଡ଼ିଛି । ଚଳିତ ବର୍ଷ ପାଇଁ ଏପ୍ରିଲ୍‌ର ପ୍ରଥମ ସପ୍ତାହରୁ ଏହି ପରୀକ୍ଷା ପାଇଁ ଆବେଦନ କରିପାରିବେ ଛାତ୍ରଛାତ୍ରୀ ।

ଏନେଇ ୟୁଜିସି ଅଧ୍ୟକ୍ଷ ଏମ୍‌ ଜଗଦୀଶ କହିଛନ୍ତି ଯେ, ଦ୍ୱାଦଶ ଶ୍ରେଣୀ ପରେ ସ୍ନାତକ ପଢ଼ିବା ପାଇଁ କେନ୍ଦ୍ରୀୟ ୟୁନିଭରସିଟି ଗୁଡ଼ିକ ସିୟୁଇଟି ମାର୍କକୁ ବିଚାରକୁ ନେବେ । ଚଳିତ ବର୍ଷ ଠାରୁ ଏହି ନିୟମ ଲାଗୁ ହେବ ଏବଂ ଦ୍ୱାଦଶ ଶ୍ରେଣୀରେ ରଖିଥିବା ମାର୍କ ବଦଳରେ ସିୟୁଇଟି ମାର୍କ ଆଧାରରେ ସିଲେକ୍ସନ ହେବ । ଏହି ଏଣ୍ଟ୍ରାନ୍ସ ଜୁଲାଇ ମାସ ପ୍ରଥମ ସପ୍ତାହରେ ଅନୁଷ୍ଠିତ ହେବା ନେଇ ସେ ସୂଚନା ଦେଇଛନ୍ତି ।

Related Posts