ଆଇପିଏଲ ୨୦୨୨: ଆସନ୍ତାକାଲିଠୁ ଅନଲାଇନ୍‌ରେ ମିଳିବ ଟିକେଟ୍

ଖୁବଶିଘ୍ର ଆରମ୍ଭ ହେବାକୁ ଯାଉଛି ଇଣ୍ଡିଆନ ପ୍ରିମିୟର ଲିଗ୍(ଆଇପିଏଲ)ର ୧୫ତମ ସଂସ୍କରଣ । ଲିଗ୍‌ର ପ୍ରଥମ ମ୍ୟାଚ୍ ଡିଫେଣ୍ଡିଂ ଚାମ୍ପିଅନ ଚେନ୍ନାଇ ସୁପର କିଙ୍ଗ୍ସ ଏବଂ କୋଲକାତା ନାଇଟ୍ ରାଇଡର୍ସ ମଧ୍ୟରେ ମାର୍ଚ୍ଚ ୨୬ରେ ଖେଳାଯିବ।

ତେବେ ମ୍ୟାଚ୍‌ ପାଇଁ ପ୍ରସ୍ତୁତି ଆରମ୍ଭ ହୋଇଥିବା ବେଳେ, ଟିକେଟ୍ ବିକ୍ରିକୁ ନେଇ ଆସିଛି ବଡ ଖବର। ଆଇପିଏଲ ୨୦୨୨ ପାଇଁ ଟିକେଟ୍ ବିକ୍ରି ଆସନ୍ତାକାଲି ଅର୍ଥାତ ମାର୍ଚ୍ଚ ୨୩ରୁ ଆରମ୍ଭ ହେବ। ଦର୍ଶକଙ୍କୁ ଅନଲାଇନ୍‌ରେ ଟିକେଟ୍ କିଣିବାକୁ ପଡିବ।

ବିସିସିଆଇର ଜଣେ ଅଧିକାରୀ ମଙ୍ଗଳବାର ଏହାର ସୂଚନା ଦେଇଛନ୍ତି। ସାଧାରଣତଃ ଆଇପିଏଲ୍ ପାଇଁ ଟିକେଟ୍ ବିକ୍ରି ମାର୍ଚ୍ଚ ୧ରୁ ଅତି କମରେ ଦୁଇ ସପ୍ତାହ ପୂର୍ବରୁ ଆରମ୍ଭ ହୋଇଥାଏ। ମାତ୍ର ଏଥର ଷ୍ଟାଡିୟମର ଦର୍ଶକ କ୍ଷମତାକୁ ନେଇ କେତେ ଜଣଙ୍କୁ ଅନୁମତି ଦିଆଯିବ ସେହି କାରଣରୁ ଟିକେଟ୍ ବିକ୍ରିରେ ବିଳମ୍ବ ଘଟିଛି। ବିସିସିଆଇ ଅଧିକାରୀଙ୍କ ଅନୁଯାୟୀ, ସମସ୍ତ ସ୍ଥାନ ଏବଂ ମ୍ୟାଚ୍ ପାଇଁ ଟିକେଟ୍ ବିକ୍ରି ମାର୍ଚ୍ଚ ୨୩ରୁ ଆରମ୍ଭ ହେବ।

Related Posts