ବଲାଙ୍ଗିର ସଦର ପୋଲିସକୁ ମିଳିଛି ବଡ଼ ସଫଳତା । ଏକ ବଡ଼ ଚୋରି ଗ୍ୟାଙ୍ଗ ର ପର୍ଦାଫର୍ଶ କରିଛି ପୋଲିସ । ଏଥିସହ ଏହି ଘଟଣାରେ ସଂପୃକ୍ତ ଥିବା 12 ଜଣଙ୍କୁ ଗିରଫ କରିଛି ପୋଲିସ ।
ସୂଚନାଯୋଗ୍ୟ, ବଲାଙ୍ଗିର ସଦର ପୋଲିସ ପାଖାପାଖି ୨ କୋଟି ଟଙ୍କାର ପୁରୁଣା ଗାଡ଼ି ଜବତ କରିଛି । ଏଥିରେ ପିକ୍ ଅପ୍ ଗାଡ଼ି ସହିତ ବୋଲେରୋ, ଅଟୋ ମଧ୍ୟ ରହିଛି । ୧୫ ଲକ୍ଷ ଟଙ୍କାର ସ୍ପେୟାର ପାର୍ଟସ ମଧ୍ୟ ଜବତ କରାଯାଇଛି । ଏହି ଘଟଣାରେ ସମ୍ପୃକ୍ତ ଥିବା ୧୨ ଜଣଙ୍କୁ ଧରିଛି ପୋଲିସ ।
ତେବେ ଗାଡି ଚୋରି ନେଇ ବଲାଙ୍ଗିର, ପାଟଣାଗଡ଼, ଲୋଇସିଂହା ଲରମ୍ବା, ବଙ୍ଗମୁଣ୍ଡା, ସଇଁତଳା ସହିତ ବରଗଡ଼, କଳାହାଣ୍ଡି ଥାନାରେ ହୋଇଥିବା ମାମଲାରେ ଏମାନଙ୍କ ସମ୍ପୃକ୍ତି ଥିବା ମଧ୍ୟ ଜଣାପଡିଛି ।