ରୁଷରୁ ଗିରଫ ହୋଇଥିବା ଆଇଏସ୍ ଆତଙ୍କବାଦୀର ଚାଞ୍ଚଲ୍ୟକର ବୟାନ, ଟାର୍ଗେଟରେ ଥିଲେ ବିଜେପିର ବଡ଼ ନେତା

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ରୁଷ ଭାରତରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଥିବା ଜଣେ ଆଇଏସ୍ ଆତ୍ମଘାତୀ ଆକ୍ରମଣକାରୀଙ୍କୁ ଗିରଫ କରିଛି।ରୁଷରୁ ଗିରଫ ହୋଇଥିବା ଇସଲାମିକ୍ ଷ୍ଟେଟ୍ (ଆଇଏସ୍) ଆତଙ୍କବାଦୀକୁ ପଚରାଉଚରା ବେଳେ ଏକ ଚାଞ୍ଚଲ୍ୟକର ଖବର ସାମ୍ନାକୁ ଆସିଛି। ରୁଷରୁ ମିଳିଥିବା ଖବର ଅନୁଯାୟୀ, ଏହି ଆତଙ୍କବାଦୀଙ୍କ ଟାର୍ଗେଟରେ ଭାରତ ସରକାରରେ ଥିବା ବିଜେପିର ଜଣେ ବଡ ନେତା ରହିଥିଲେ। ରୁଷର ଫେଡେରାଲ୍ ସିକ୍ୟୁରିଟି ସର୍ଭିସର ମୁଖ୍ୟ ସୋମବାର କହିଛନ୍ତି ଯେ, ଏହାର ଅଧିକାରୀମାନେ ଆତ୍ମଘାତୀ ବିସ୍ଫୋରଣକାରୀଙ୍କୁ ଗିରଫ କରିଛନ୍ତି। ଯିଏକି ଇସଲାମିକ୍ ଷ୍ଟେଟ୍ ଆତଙ୍କବାଦୀ ଗୋଷ୍ଠୀର ସକ୍ରିୟ ସଦସ୍ୟ। ଏଜେନ୍ସି ଏହା ମଧ୍ୟ କହିଛି ଯେ ଭାରତର ଶାସକ ଦଳ ବିଜେପିର ଜଣେ ବଡ ନେତାଙ୍କ ଉପରେ ଆତଙ୍କବାଦୀ ଆକ୍ରମଣ ଯୋଜନା କରୁଛି।

ରୁଷ ନ୍ୟୁଜ ଏଜେନ୍ସି ସ୍ପୁଟୋନିକ୍‌ରେ ପ୍ରକାଶିତ ରିପୋର୍ଟ ଅନୁସାରେ, ଏଫ୍‌ଏସ୍‌ବି ରୁଷରେ ବ୍ୟାନ୍‌ ହୋଇଥିବା ଆତଙ୍କବାଦୀ ସଂଗଠନ ଇସଲାମିକ୍ ଷ୍ଟେଟ୍‌(ଆଇଏସଆଇଏସ୍‌) ଇଣ୍ଟରନ୍ୟାସନାଲ ୟୁନିଟର ଜଣେ ସଦସ୍ୟଙ୍କ ଚିହ୍ନଟ କରି ତାକୁ ତୁରନ୍ତ ଗିରଫ କରାଯାଇଛି। ଅଭିଯୁକ୍ତ ଆତଙ୍କବାଦୀ ମଧ୍ୟ ଏସୀୟ ଦେଶର ମୂଳ ନିବାସୀ। ସେ ଭାରତର ଜଣେ ବଡ ନେତାଙ୍କ ଉପରେ ଆକ୍ରମଣ କରିବାକୁ ପ୍ରସ୍ତୁତ ଥିଲା। ରୁ​‌ଷ ଏଜେନ୍ସି କହିଛି ଯେ, ଗିରଫ ହୋଇଥିବା ଆତଙ୍କବାଦୀର ଭର୍ତ୍ତି ତୁର୍କୀରେ ଆତ୍ମଘାତୀ ଆକ୍ରମଣକାରୀ ଭାବରେ ହୋଇଥିଲା।

Related Posts