ଚାରିଧାମ ଯାତ୍ରା ପାଲଟୁଛି ଶେଷ ଯାତ୍ରା: ଏଯାବତ ଗଲାଣି ୩୬ ଜଣଙ୍କର ଜୀବନ

ନୂଆଦିଲ୍ଲୀ: ଦୀର୍ଘ ଦୁଇ ଵର୍ଷ ପରେ ଭକ୍ତଙ୍କ ପାଇଁ ଖୋଲିଛି ଚାରିଧାମ | ଏନେଇ ଭକ୍ତଙ୍କ ମଧ୍ୟରେ ବେଶ ଉତ୍ସାହ ଦେଖିବାକୁ ମିଳିଛି | ଚାରିଧାମରେ ଜମୁଛି ହଜାର ହଜାର ଭକ୍ତ ଙ୍କ ଭିଡ | ତେବେ ଏହାରି ମଧ୍ୟ ପ୍ରତେକ ଦିନ କିଛି କିଛି ଯାତ୍ରୀଙ୍କ ପାଇଁ ଏହି ଚାରିଧାମ ଶେଷ ଯାତ୍ରା ପାଲଟୁଛି |

ମେ 3 ତାରିଖରୁ ଆରମ୍ଭ ହୋଇଛି ଚାରିଧାମ ଯାତ୍ରା । ତୀର୍ଥଯାତ୍ରୀଙ୍କ ସୁରକ୍ଷା ପାଇଁ ବିଭିନ୍ନ ପ୍ରକାର ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ରବିବାର ଆଉ ୨ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଛି । ମୃତ୍ୟୁ ସଂଖ୍ୟା ୩୬କୁ ବୃଦ୍ଧି ପାଇଛି । ହୃଦଘାତ ଯୋଗୁଁ ଉଭୟଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତକ ହେଲେ ପଶ୍ଚିମବଙ୍ଗ କୋଚ୍‌ ବେହାର ଜିଲ୍ଲାର ପୁରେନ୍ଦ୍ର ସରକାର(୭୦) । ଯେ କି ୟେମୁନେତ୍ରୀ ଧାମରେ ଆଖି ବୁଜିଛନ୍ତି । ସେହିପରି ଗଙ୍ଗୋତ୍ରୀ ଧାମରେ ଗୁଜୁରାଟର ପ୍ରମୋଦ ଭାଇ(୬୨) ମଧ୍ୟ ଶେଷ ନିଶ୍ବାସ ତ୍ୟାଗ କରିଛନ୍ତି ।

ରାଜ୍ୟ ବିପର୍ଯ୍ୟୟ ମୁକାବିଲା ବଳର ସୂଚନା ଅନୁଯାୟୀ, ରବିବାର ଦିନ ସକାଳେ ହଠାତ ପୁରେନ୍ଦ୍ର ସରକାରଙ୍କ ସ୍ବାସ୍ଥ୍ୟ ବିଗିଡି ଯାଇଥିଲା । ତାଙ୍କୁ ମେଡିକାଲ ନିଆଯିବା ବାଟରେ ସେ ଆଖି ବୁଜିଝିଲେ । ପରିବାର ଲୋକଙ୍କ ମୃତଦେହ ହସ୍ତାନ୍ତର କରାଯାଇଛି । ୟେମୁନେତ୍ରି ଧାମରେ ଏପର୍ଯ୍ୟନ୍ତ ୧୪ଜଣଙ୍କ ମୃତ୍ୟୁ ହୋଇସାରିଛି । ସେଥିମଧ୍ୟରୁ କେବେଳ ୧୧ ଜଣ ପୁରୁଷ ଥିବା ବେଳେ ବାକି ୩ ଜଣ ମହିଳା ରହିଛନ୍ତି ।

ସେହିପରି, ଗାଙ୍ଗୋତ୍ରି ଧାମରେ ​​ଚାରିଜଣ ତୀର୍ଥଯାତ୍ରୀ ଏବଂ କେଦାରନାଥ ଧାମରେ ୧୩ ​​ମୃତ୍ୟୁ ବରଣ କରିଛନ୍ତି । ବଦ୍ରିନାଥ ଧାମରେ ଏପର୍ଯ୍ୟନ୍ତ ପାଞ୍ଚଜଣ ତୀର୍ଥଯାତ୍ରୀ ପ୍ରାଣ ହରାଇଛନ୍ତି ।

ହୃଦଘାତ କାରଣରୁ ସମସ୍ତ ତିର୍ଥଯାତ୍ରୀଙ୍କ ମୃତ୍ୟୁ ହୋଇଥିବା କହିଛି ସ୍ବାସ୍ଥ୍ୟ ବିଭାଗ । ଯାହା ରାଜ୍ୟ ସରକାରଙ୍କ ଚିନ୍ତା ବଢାଇଛି |

Related Posts