ସହକର୍ମୀର ହତ୍ୟା ଉଦ୍ୟମ ଅଭିଯୋଗକୁ ଦଳ ଖଣ୍ଡନ ନ କରିବା ପର୍ଯ୍ୟନ୍ତ ବିଧାନସଭା ପକ୍ରିୟାରେ ଅଂଶଗ୍ରହଣ କରିବେନି ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ

chatisgarh

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ଛତିଶଗଡରେ ରାଜନୈତିକ ମାହଲ ବେଶ ସରଗରମ ରହିଛି । ଏପରିସ୍ଥିତିରେ ଛତିଶଗଡ ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହ ଦେଓ ବଡ ବୟାନ ଦେଇଛନ୍ତି । ତେବେ କଂଗ୍ରେସ ସରକାର ତାଙ୍କ ସହକର୍ମୀ ବୃହସ୍ପତି ସିଂହ ବିରୋଧରେ ଆସିଥିବା ଅଭିଯୋଗକୁ ସଫା ନକରିବା ପର‌୍ୟ୍ୟନ୍ତ ସେ ବିଧାନସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଟି.ଏସ ସିଂହ ଦେଓ କହିଛନ୍ତି । ଏ ସବୁର ଆରମ୍ଭ ହୋଇଥିଲା ବୃହସ୍ପତି ସିଂହ ଦେଓଙ୍କ ଅଭିଯୋଗ ପରେ । ତାଙ୍କୁ ସ୍ୱାସ୍ଥ୍ୟମନ୍ତ୍ରୀ ହତ୍ୟା କରିବାକୁ ଉଦ୍ୟମ କରୁଥିବା ଭଳି ଏକ ସଙ୍ଗୀନ ଅଭିଯୋଗ କରିଥିଲେ ।

ବାସ ତା ପର ଠୁ ଛତିଶଗଡ ରାଜନୀତି ବେଶ ସରଗରମ ହୋଇଉଠିଛି । ଏପରିକି ୨୦ ଜଣ କଂଗ୍ରେସ ବିଧାୟକଙ୍କୁ ନେଇ ଦେଓଙ୍କୁ କ୍ୟାବିନେଟରୁ ହଟାଇବାକୁ ଦାବି କରିଥିଲେ । ଅନ୍ୟପଟେ ବୃହସ୍ପତ୍ତି ସିଂହଙ୍କ କନଭେନ ଉପରେ ହୋଇଥିବା ଆକ୍ରମଣ ସଂପର୍କରେ ସେମାନେ ଦାଖଲ କରିଥିବା ପ୍ରଥମ ସୂଚନା ରିପୋର୍ଟରେ ମନ୍ତ୍ରୀଙ୍କ ସମ୍ପର୍କୀୟ ସଚିନ ସିଂ ଦେଓଙ୍କ ପୁଲିସ ପାଖରେ ନାମ ରହିଛି । ତେବେ ବିଧାୟକଙ୍କ କନଭୋ ଅମ୍ବିକାପୁର ସହର ଦେଇ ଯାଉଥିବାବେଳେ ଅଭିଯୁକ୍ତ ଜଣକ ଏକ ଏସକର୍ଟ ଗାଡିକୁ ଅଟକାଇ, କାଚ ଭାଙ୍ଗି ସୁରକ୍ଷା ଅଧିକାରୀଙ୍କ ଉପରେ ଆକ୍ରମଣ କରିଥିଲେ। ଏ ସବୁକୁ ଦୃଷ୍ଟିରେ ରଖି ସ୍ୱାସ୍ଥ୍ୟମନ୍ତ୍ରୀ ଟି.ଏସ ସିଂହ ଦେଓ କହିଛନ୍ତି ଯେ ବର୍ତ୍ତମାନ ଏହା ବହୁତ ଅଧିକ। ମୁଁ ମଧ୍ୟ ଜଣେ ମଣିଷ ଏବଂ ମୋ ଚରିତ୍ର ବିଷୟରେ ସମସ୍ତେ ଜାଣନ୍ତି ।

ତେଣୁ କଂଗ୍ରେସ ସରକାର ତାଙ୍କ ସହକର୍ମୀ ବୃହସ୍ପତି ସିଂହ ବିରୋଧରେ ଆସିଥିବା ଅଭିଯୋଗକୁ ସଫା ନକରିବା ପର‌୍ୟ୍ୟନ୍ତ ସେ ବିଧାନସଭା ପ୍ରକ୍ରିୟାରେ ଅଂଶଗ୍ରହଣ କରିବେ ନାହିଁ ବୋଲି ଟି.ଏସ ସିଂହ ଦେଓ କହିଛନ୍ତି । ଏପରି କହି ସେ ତୁରନ୍ତ ରାଜ୍ୟସଭା ବାହାରକୁ ଚାଲିଯାଇଥିଲେ । ଅପରିପକ୍ଷେ ବିରୋଧୀଦଳ ନେତା କହିଛନ୍ତି ଯେ ଉଭୟ ସ୍ୱାସ୍ଥ୍ୟମନ୍ତ୍ରୀ ଏବଂ ସିଂ ଗୃହର ସଦସ୍ୟ, ତେଣୁ ଏଭଳି ଅଭିଯୋଗ ଉପରେ ଧ୍ୟାନ ଦେବା ଆବଶ୍ୟକ।

କିନ୍ତୁ, ବାଚସ୍ପତି କହିଛନ୍ତି ଯେ ସିଂ ତାଙ୍କ ସହ ଏହି ପ୍ରସଙ୍ଗ ଉଠାଇ ନାହାଁନ୍ତି। ଅନ୍ୟପଟେ ପଞ୍ଜାବର ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂ ଏବଂ ତାଙ୍କ ପୂର୍ବତନ କ୍ୟାବିନେଟ ସହକର୍ମୀ ନବଜୋତ ସିଂ ସିଦ୍ଧୁଙ୍କ ମଧ୍ୟରେ କଂଗ୍ରେସ ମଧ୍ୟରେ ବିବାଦ ଲାଗି ରହିବାର କିଛି ଦିନ ପରେ ଛତିଶଗଡରେ ଏହି ସଙ୍କଟ ଦେଖାଦେଇଛି। ଜୁଲାଇ ୧୮ ରେ, ଅଲ ଇଣ୍ଡିଆ କଂଗ୍ରେସ କମିଟି ସିଦ୍ଧୁଙ୍କୁ ଚାରିଜଣ କାର‌୍ୟ୍ୟରତ ରାଷ୍ଟ୍ରପତିଙ୍କ ସହ ରାଜ୍ୟ ଦଳର ମୁଖ୍ୟ ଭାବରେ ଉନ୍ନୀତ କରାଯାଇଥିଲା ।

Related Posts