IOCL ଚାକିରି ନାଁରେ 15 ଲକ୍ଷ ଚଳୁ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ବର: ରାଜଧାନୀରେ ପୁଣି ଚାକିରି ନାଁରେ ବଡ ଠକେଇ । IOCLରେ ଚାକିରି କରାଇଦେବାକୁ କହି ଯୁବକଙ୍କଠାରୁ ୧୫ ଲକ୍ଷ ଟଙ୍କା ଲୁଟିନେଲେ ଦଲାଲ ।ଏନେଇ  ଭୁବନେଶ୍ୱର ଖଣ୍ଡଗିରି ଥାନାରେ ଅଭିଯୋଗ ହେବା ପରେ ଦଲାଲଙ୍କ ପଛରେ  କୌଣସି ବଡ଼ ବ୍ୟକ୍ତି ବା ଅଧିକାରୀଙ୍କ ହାତ ଥିବା ସନ୍ଦେହ କରାଯାଉଛି ।

ଅଭିଯୋଗ ଅନୁସାରେ ସୁରେଶ ବାରିକ ଓ ବିଜେନ୍ଦ୍ର ସିଂ ସାଗରଙ୍କୁ ଆଇଓସିଏଲରେ ଚାକିରୀ କରାଇ ଦେବେ କହି ଖଣ୍ଡଗିରିରେ ଅଞ୍ଚଳରେ ରହୁଥିବା ବାଲେଶ୍ୱରର ଯୁବକ ସାଗର ପାଢୀଙ୍କଠାରୁ ୧୫ ଲକ୍ଷ ଟଙ୍କା ଠକି ନେଇଛନ୍ତି ।

ସୂଚନା ଅନୁସାରେ ଦଲାଲ ସାଗରକୁ ନେଇ ଆଇଓସିଏଲ ଅଫିସ ଭିତରକୁ ଯାଇଥିଲେ । ସବୁ ବିଭାଗରେ ବୁଲାଇ କେଉଁଠାରେ ପୋଷ୍ଟିଂ ହେବ ତାହା ବି ଦେଖାଇ ଥିଲେ । ସାଗର ମନରେ ବିଶ୍ୱାସ ହେବା ପରେ ଦୁଇ ଠକଙ୍କୁ ବ୍ୟାଙ୍କ ଯୋଗେ ୧୦ଲକ୍ଷ ଆଉ ନଗଦ ୫ଲକ୍ଷ ଟଙ୍କା ଦେଇଥିଲେ । କିନ୍ତୁ ଟଙ୍କା ପାଇବା ପରେ ସୁରେଶ ଓ ବିଜେନ୍ଦ୍ର ଧରାଛୁଆଁ ଦେଉ ନାହାନ୍ତି । ଠକାମିର ଶିକାର ହୋଇଥିବା ଜାଣିବା ପରେ ସାଗର ଏବେ ଖଣ୍ଡଗିରି ଥାନାରେ ଏତଲା ଦେଇଛନ୍ତି ।

ଏଠି ପ୍ରଶ୍ନ ଉଠୁଛି ଆଇଓସିଏଲ ଅଫିସ ଭିତରକୁ ଦଲାଲ ଗଲେ କିଭଳି ? ଆଇଓସିଏଲ ଅଫିସ ଭିତରକୁ ଯିବାକୁ ଅନୁମତି ଦେଲା କିଏ ? 
Related Posts