ଫୁଲବାଣୀ ଡାକ୍ତରୀ ଛାତ୍ରଙ୍କ ରିପୋର୍ଟ ନେଗେଟିଭ୍

(ସତ୍ୟପାଠ ବ୍ୟୁରୋ) କଟକ: ଆସିଲା କୋରୋନା ରିପୋର୍ଟ । କୋରନା ସନ୍ଦେହରୁ ମୁକ୍ତ ହେଲେ ଫୁଲବାଣୀର ଡାକ୍ତରୀ ଛାତ୍ର । ତାଙ୍କ ରିପୋର୍ଟ ନେଗେଟିଭ୍‌ ଆସିଥିବା DMET ଡାକ୍ତର ସିବିକେ ମହାନ୍ତି ସୂଚନା ଦେଇଛନ୍ତି । ଏଯାଏ ଲ୍ୟାବ୍‌ ଯାଇଥିବା 6ଟି ସାମ୍ପୁଲରୁ 5ଟି ନେଗେଟିମଭ୍ ଆସିଛି । ଅନ୍ୟ ଜଣେ ମହିଳାଙ୍କ ରିପୋର୍ଟ ଏଯାଏ ଆସିନାହିଁ । ଚୀନରେ ପାଠ ପଢ଼ୁଥିବା ବେଳେ କୋରୋନା ଆକ୍ରାନ୍ତ ହୋଇଥିବା ନେଇ ସନ୍ଦେହ କରାଯାଉଥିଲା । ଚୀନରୁ ଆସି କଟକ ବଡ଼ ଡାକ୍ତରଖାନାରେ ଭର୍ତ୍ତି ହୋଇଥିଲେ ଫୁଲବାଣୀର ଡାକ୍ତାରୀ ଛାତ୍ର ।

ସୂଚନା ଅନୁସାରେ ଚୀନରେ ଏମ୍‌ବିବିଏସ୍‌ ପଢ଼ୁଥିବା ଏହି ଛାତ୍ର ଗତ ୧୧ ତାରିଖରେ ଓଡ଼ିଶା ଫେରିଥିଲେ। ଚୀନରୁ ଆସିବା ପରଠୁ ସେ ଅସୁସ୍ଥ ଥିଲେ ତାଙ୍କୁ ଥଣ୍ଡା, କାଶ ଲାଗି ରହିବାରୁ ସେ ନିଜେ କୋରୋନା ସନ୍ଦେହ କରି ସିଡିଏମଓଙ୍କୁ ଚିଠି ଲେଖିଥିଲେ । ଏହା ପରେ ତାଙ୍କୁ କଟକ ଏସ୍‌ସିବି ମେଡିକାଲକୁ ସ୍ଥାନାନ୍ତର କରାଯାଇଥିଲା ।

ସେପଟେ ଫୁଲବାଣୀ ଛାତ୍ରଙ୍କ ପରେ ଆଉ ଜଣେ ମହିଳାଙ୍କର କୋରୋନା ସନ୍ଦେହରେ କଟକ ବଡ଼ ମେଡିକାଲରେ ଚିକିତ୍ସା ଚାଲିଛି । କରୋନା ପାଇଁ ଖୋଲାଯାଇଥିବା ସ୍ୱତନ୍ତ୍ର ଆଇସୋଲେସନ୍‌ ୱାର୍ଡରେ ତାଙ୍କୁ ଭର୍ତ୍ତି କରାଯାଇଛି । ତାଙ୍କ ରକ୍ତ ଓ ଲାଳର ନମୁନା ସଂଗ୍ରହ କରାଯାଇଛି କିନ୍ତୁ ରିପୋର୍ଟ ଏଯାଏ ଆସିନଥିବା କହିଛନ୍ତି DMET ଡାକ୍ତର ସିବିକେ ମହାନ୍ତି । ଉକ୍ତ ମହିଳା ଜଣକ ଉହାନ ୟୁନିଭର୍ସିଟିରେ ପଢ଼ୁଥିଲେ । ଚୀନରେ କୋରୋନା ଭାଇରସ ବ୍ୟାପିବା ପରେ ସେ ଓଡ଼ିଶାକୁ ଆସିଥିଲେ । ତା’ପରେ ସେ ଅସୁସ୍ଥ ହେବାରୁ ସନ୍ଦେହରେ ତାଙ୍କୁ ମେଡିକାଲରେ ଭର୍ତ୍ତି କରାଯାଇଥିଲା ।

Related Posts