ଜେଲରୁ ମୁକୁଳିଲେ IAS ବିଜୟ କେତନ

ଭୁବନେଶ୍ୱର: ଲାଞ୍ଚ ନେବା ଅଭିଯୋଗରେ ଜେଲ ଯାଇଥିବା ଆଇଏଏସ୍‌ ବିଜୟ କେତନ ଆଜି ମୁକୁଳିଛନ୍ତି। ଗତକାଲି ତାଙ୍କୁ କୋର୍ଟରୁ ସର୍ତ୍ତମୂଳକ ଜାମିନ ମିଳିବା ପରେ ଆଜି ସେ ଭୁବନେଶ୍ୱରସ୍ଥିତ ଝାରପଡ଼ା ଜେଲରୁ ବାହାରିଛନ୍ତି। ଲକ୍ଷେ ଟଙ୍କା ଲାଞ୍ଚ ନେବା ଘଟଣାରେ ବିଜୟ କେତନଙ୍କୁ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଗିରଫ କରିଥିଲେ ।

ତେବେ ଜେଲରୁ ବାହାରିବା ପରେ ବିଜୟ କେତନ ନିଜର ପ୍ରତିକ୍ରିୟା ଦେଇଛନ୍ତି। ୨୦୦୯ ବ୍ୟାଚ୍‌ର ଆଇଏଏସ୍‌ ଅଧିକାରୀ କହିଛନ୍ତି, ନ୍ୟାୟାଳୟରେ ମାମଲା ବିଚାରାଧୀନ ରହିଛି। ଅଦାଲତ ଯାହା ନିଷ୍ପତ୍ତି ନେବେ ଗ୍ରହଣ କରିବି ବୋଲି ସେ କହିଛନ୍ତି ।

Related Posts