ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର: ପିସିସି ସଭାପତି ପରିବର୍ତନ ନେଇ ବୈଠକ

ଭୁବନେଶ୍ୱର: ଭୁବନେଶ୍ୱରରେ ରାଜ୍ୟ କଂଗ୍ରେସ ପ୍ରଭାରୀ ଚେଲ୍ଲା କୁମାର । ରାଜ୍ୟ କଂଗ୍ରେସର ସଭାପତି ପରିବର୍ତ୍ତନ ନେଇ ଚର୍ଚ୍ଚା ଭିତରେ ଆଜି ଭବନେଶ୍ବରେ ପହଂଚିଛନ୍ତି ଚେଲ୍ଲା କୁମାର | ଭୁବନେଶ୍ୱର ବିମାନବନ୍ଦରରେ ପହଞ୍ଚିବା ପରେ ପ୍ରତିକ୍ରିୟା ରଖିଛନ୍ତି ଚେଲ୍ଲା କୁମାର । ସେ କହିଛନ୍ତି କଂଗ୍ରେସ ବିଧାୟକ ଓ ବରିଷ୍ଠ ନେତାଙ୍କ ସହ ଆଲୋଚନା କରାଯିବ । ପିସିସି ସଭାପତି ନିରଞ୍ଜନ ପଟ୍ଟନାୟକଙ୍କ ଇସ୍ତଫା ନେଇ ବୈଠକରେ ଆଲୋଚନା ହେବ ।

ଆଲୋଚନା ପରେ କିଛି ନିଷ୍ପତ୍ତି ଗ୍ରହଣ କରାଯିବ । ୨୦୧୯ରୁ ପିସିସି ସଭାପତି ପଦରୁ ନିରଞ୍ଜନ ଇସ୍ତଫା ଦେଇଥିଲେ ମଧ୍ୟ ଏଯାବତ ଇସ୍ତଫା କୁ ଗ୍ରହଣ କରାଯାଇନାହିଁ । ଆଜିର ଆଲୋଚନା ପରେ ପାର୍ଟି ହାଇକମାଣ୍ଡଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରାଯିବ । ପାର୍ଟି ହାଇକମାଣ୍ଡ ଏହାର ପରବର୍ତ୍ତୀ ନିଷ୍ପତ୍ତି ନେବେ।

ସୂଚନାଯୋଗ୍ୟ, ପଂଚାୟତ ନିର୍ବାଚନ ଓ ପୌର ନିର୍ବାଚନରେ କଂଗ୍ରେସ ର ଶୋଚନୀୟ ପରାଜୟ କୁ ନେଇ ପିସିସି ସଭାପତି ପରିବର୍ତନ ନେଇ ଜୋର ଧରିଛି ରାଜନୀତି |

Related Posts