କରୋନା କାଳରେ ରାଜଧାନୀରେ ଘଟିଲା ଛାତିଥରା ଘଟଣା, ବିଚ୍ ରାସ୍ତାରେ ମହିଳାଙ୍କ ବେକ କାଟି ଚୋରି ଉଦ୍ୟମ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର: ମହାମାରୀ କରୋନା ସମୟରେ ରାଜଧାନୀରେ ଘଟିଛି ଏକ ଅଭାବନୀୟ ଘଟଣା । ମହିଳା ଜଣଙ୍କୁ ଏକୁଟିଆ ଦେଖି ତାଙ୍କ ଉପରକୁ ଲୁଟ୍ ଉଦ୍ୟମରେ ଛୁରୀରେ ମର୍ମାନ୍ତୁକ ଆକ୍ରମଣ କରିଥିଲେ ଦୃର୍ବୁତ୍ତ । ଏପରି ଘଟିଛି ନୟାପଲ୍ଲୀ ସ୍ଥିତ ଭିଆଇପି ରୋଡ଼ରେ । ତେବେ ଏ ସବୁ ଘଟଣାର ସମସ୍ତ ଚିତ୍ର ସିସିଟିଭି କ୍ୟାମେରାରେ କଏଦ ହୋଇଯାଇଥିଲା । ମହିଳା ଜଣଙ୍କ ପରିବା କିଣିବା ପାଇଁ ଯାଉଥିବା ସମୟରେ ଏପରି ହୋଇଥିବାର ସୂଚନା ମିଳିଛି । ରାସ୍ତାରେ ମହିଳା ଜଣଙ୍କୁ ଏକୁଟିଆ ଦେଖି ଜଣେ ଦୃର୍ବୁତ୍ତ ଧାରୁଆ ଛୁରୀରେ ମହିଳାଙ୍କୁ ଆକ୍ରମଣ କରି ଲୁଟ କରିବା ପାଇଁ ଚେଷ୍ଟା କରିଥିଲା । ଏହି ଆକ୍ରମଣରେ ମହିଳା ଜଣଙ୍କର ମୁହଁରେ ଆଘାତ ଲାଗିବା ସହ ଦୁଇ ହାତର ଆଙ୍ଗୁଠି ଫାଟିଯାଇଥିଲା ଏବଂ ମହିଳା ଜଣଙ୍କର ଦାନ୍ତ ମଧ୍ୟ ଭାଙ୍ଗି ଯାଇଥିଲା । ଏହା ପରେ ସଂପୃକ୍ତ ମହିଳାଙ୍କୁ ନୟାପଲ୍ଲୀସ୍ଥିତ ଏକ ମେଡିକାଲରେ ଭର୍ତ୍ତି କରାଯାଇଥିବାର ସୂଚନା ମିଳିଛି । ତେବେ ମହିଳାଙ୍କୁ ତାଙ୍କ ବୟସକୁ ବିଚାର ନ କରି ତାଙ୍କୁ ଅତି ନିର୍ମମ ଭାବରେ ଆକ୍ରମଣ କରିବାରୁ ମହିଳାଙ୍କ ସ୍ବାମୀ ଅତ୍ୟନ୍ତ ଦୁଃଖ ପ୍ରକାଶ କରିଛନ୍ତି । ମୁହଁରେ ଖୁବ୍ ଜୋରରେ ଆଘାତ ହୋଇଥିବାରୁ ତାଙ୍କ ସ୍ତ୍ରୀଙ୍କ ମୁହଁରେ ଏକାଧିକ ସିଲେଇ କରିବା ପାଇଁ ପଡିଥିଲା ବୋଲି ମହିଳାଙ୍କ ସ୍ବାମୀ କହିଛନ୍ତି । କେବଳ ଏତିକି ନୁହେଁ ବରଂ ମହିଳାଙ୍କ କାନ ଫୁଲକୁ ନେବା ଉଦ୍ୟମରେ ତାଙ୍କ କାନକୁ ଟାଣି ବାରୁ କାନରେ ମଧ୍ୟ ଆଘାତ ହୋଇଥିବାର କହିଛନ୍ତି । ଖବରପାଇ ଘଟଣାସ୍ଥଳରେ ପୁଲିସ ପହଞ୍ଚି ତନାଘନା ଆରମ୍ଭ କରିଛି । ଅନ୍ୟପଟେ ଗତକାଲି ସାରା ରାଜ୍ୟରେ ଜୁନ ୧୭ ପର୍ଯ୍ୟନ୍ତ ଲକଡ଼ାଉନକୁ ବୃଦ୍ଧି କରାଯାଇଛି । ରାଜ୍ୟରେ କରୋନା ସ୍ଥିତି ସଂଗିନ ଥିବା ବେଳେ ଏପରି ଘଟଣା ବେଶ ଚିନ୍ତାଦାୟକ ।

Related Posts