କୋରୋନାରେ ପ୍ରାଣ ହରାଇଲେ ଛତ୍ରପୁର ଏସଡ଼ିଓ

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ରାଜ୍ୟରେ ଦିନକୁ ଦିନ ସଂକ୍ରମଣ ଦ୍ରୁତ ଗତିରେ ବଢିବା ସହ, ମୃତ୍ୟୁ ସଂଖ୍ୟାବି ବଢ଼ିବାରେ ଲାଗିଛି । ଗଞ୍ଜାମ ଜିଲ୍ଲାର ସଦର ମହକୁମା ଛତ୍ରପୁର ସ୍ଥିତ ରାସ୍ତା ଓ କୋଠାବାଡ଼ି ବିଭାଗରେ କାର୍ଯ୍ୟରତ ଯୁବ ଇଞ୍ଜିନିୟର ଟି.ଲୋକେଶ୍ୱର ରାଓ କୋରୋନାରେ ପ୍ରାଣ ହରାଇ ଛନ୍ତି। ସେ ପୂର୍ତ୍ତ ବିଭାଗରେ ଏସଡିଓ ଭାବେ କାର୍ଯ୍ୟରତ ଥିଲେ l ସେ କୋରୋନାରେ ଆକ୍ରାନ୍ତ ହୋଇ ଚିକିତ୍ସିତ ହେଉଥିଲେ, ଶେଷରେ କରୋନା ନିକଟରେ ହାର ମାନିଥିଲେ l ତାଙ୍କ ମୃତ୍ୟୁ ହୋଇଥିବା ଖବର ମିଳିବା ପରେ ସଦର ମହକୁମ୍ମା ସମେତ ସାରା ଜିଲ୍ଲାରେ ଗଭୀର ଶୋକର ଛାୟା ଖେଳିଯାଇଥିବା ବେଳେ ଜିଲ୍ଲାପାଳଙ୍କ ଠାରୁ ଆରମ୍ଭ କରି ବହୁ ବରିଷ୍ଠ ଅଧିକାରୀ ଶୋକ ପ୍ରକାଶ କରିଛନ୍ତି । ସ୍ବର୍ଗତ ଏସଡିଓ ଜଣେ କର୍ତ୍ତବ୍ୟନିଷ୍ଠ ଅଧିକାରୀ ଭାବେ ବେଶ ସୁପରିଚିତ ଥିବା ବେଳେ ସେ ମାଆ ତାରାତାରିଣୀ ଉନ୍ନୟନ କମିଟିର ଏକ ସକ୍ରିୟ ସଦସ୍ୟ ରହିଥିଲେ । ରାଜ୍ୟରେ କୋରୋନା ବଢ଼ିବାରେ ଲାଗିଛି, ଶୁକ୍ରବାର ଦୈନିକ ସଂକ୍ରମଣ 12 ହଜାର ପାର କରିଥିବା ବେଳେ 24 ଘଣ୍ଟାରେ 11 ହଜାର 805 କୋରୋନା ସଂକ୍ରମିତ ଚିହ୍ନଟ ହୋଇଛନ୍ତି । ସେଥି ମଧ୍ୟରୁ 6ହଜାର 611 ଜଣ କ୍ବାରେଣ୍ଟାଇନ ସେଣ୍ଟରରୁ ହୋଇଥିବା ବେଳେ 5ହଜାର 194 ଆକ୍ଟିଭ କେସ୍ ରହିଛି । ଆଜି ଚିହ୍ନଟ ହୋଇଥିବା ସଂକ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ 1414 କୋରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି।

Related Posts