(ସତ୍ୟପାଠ  ବ୍ୟୁରୋ) ଭୁବନେଶ୍ୱର : ବିବାଦୀୟ ବୟାନ ପାଇଁ ଗିରଫ ହୋଇଛନ୍ତି ଛତିଶଗଡ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲଙ୍କ ପିତା ନନ୍ଦ କୁମାର ବଘେଲ ।  ବ୍ରାହ୍ମଣଙ୍କ ବିରୁଦ୍ଧରେ ଅପମାନଜନକ ମନ୍ତବ୍ୟ ଦେଇଥିବା ଯୋଗୁଁ ବଘେଲଙ୍କ ବିରୋଧରେ ଏହି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇଛି। ସୂଚନା ଥାଉକି ଛତିଶଗଡର ସିଏମ ବଘେଲ ଏହାର ଗୋଟିଏ ଦିନ ପୂର୍ବରୁ କହିଥିଲେ ଯେ ତାଙ୍କ ପିତାଙ୍କ ମନ୍ତବ୍ୟ ଠିକ୍ ନୁହେଁ।  ତେଣୁ ଏ ମାମଲାରେ ତାଙ୍କ ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ସେ କହିଥିଲେ।

 ସୂଚନାଯୋଗ୍ୟ ଯେ , ଗତ କିଛିଦିନ ତଳେ ମୁଖ୍ୟମନ୍ତ୍ରୀଙ୍କ ପିତା ନନ୍ଦ କୁମାର ବଘେଲ ଉତ୍ତରପ୍ରଦେଶର ଲକ୍ଷ୍ନୌ ଠାରେ ଏକ ବିବାଦୀୟ ବୟାନ ଦେଇ ଥିଲେ। ଏହା ପରେ ବ୍ରାହ୍ମଣ ସମାଜ ପକ୍ଷରୁ ବିରୋଧ ପ୍ରଦର୍ଶନ ଜୋର ଧରିଥିଲ। ଏହା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଥିଲେ ଯେ ଆଇନ୍‌ ଉପରେ କେହି ନୁହଁନ୍ତି। ସର୍ବ ବ୍ରାହ୍ମଣ ସମଜାର ଅଭିଯୋଗ ପରେ ଡିଡି ନଗର ପୋଲିସ ଶନିବାର ବିଳମ୍ବିତ ରାତିରେ ନନ୍ଦ କୁମାର ବଘେଲଙ୍କ ନାଁରେ ମାମଲା ରୁଜୁ ହୋଇଥିଲା। ତିଙ୍କ ବିରୋଧରେ ଦଫା ୧୫୩-ଏ ଏବଂ ୫୫୫ (୧)(ବି) ଲାଗିଥିବା ଜଣାପଡ଼ିଛି।

ମୁଖ୍ୟମନ୍ତ୍ରୀଙ୍କ ବାପା ନନ୍ଦ କୁମାର ବଘେଲ କହିଥିଲେ ଯେ , ” ମୁଁ ଭାରତର ସମସ୍ତ ଗ୍ରାମବାସୀଙ୍କୁ କହିବାକୁ ଚାହୁଁଛି ସେମାନେ ନିଜ ନଜ ଗାଁରେ ବ୍ରାହ୍ମଣଙ୍କୁ ପ୍ରବେଶ କରିବାକୁ ଦିଅନ୍ତୁ ନାହିଁ। ସେମାନଙ୍କୁ ବହିଷ୍କାର କରିବା ପାଇଁ ମୁଁ ସମସ୍ତ ସମୁଦାୟ ସହ କଥା ହେବି। ସେମାନଙ୍କୁ ବୋଲଗା ନଦୀକୂଳକୁ ଫେରାଇଦେବାର ଆବଶ୍ୟକତା ରହିଛି।

ଏହା ପରେ ମୁଖ୍ୟମନ୍ତ୍ରୀ ଭୁପେଶ ବଘେଲ କହିଥିଲେ , ‘ଆଇନରୁ ଉର୍ଦ୍ଧ୍ବରେ କେହି ନୁହଁନ୍ତି। ଛତିଶଗଡ଼ ସରକାର ସବୁ ଧର୍ମ, ସଂପ୍ରଦାୟ, ସମୁଦାୟ ଏବଂ ସେମାନଙ୍କ ଭାବନାକୁ ସମ୍ମାନ କରନ୍ତି। ମୋ ପିତାଙ୍କ ଦ୍ବାରା ଏକ ସମୁଦାୟ ବିରୋଧରେ ଟିପ୍ପଣୀ କରି ସାଂପ୍ରଦାୟିକ ଶାନ୍ତି ଭଙ୍ଗ କରିଛି। ତାଙ୍କ ମନ୍ତବ୍ୟରେ ମୁଁ ମଧ୍ୟ ଦୁଃଖିତ ବୋଲି ସେ କହିଥିଲେ ।’