ଛତିଶଗଡ଼ ସୁକମାରେ ଗର୍ଜିଲା ସୁରକ୍ଷା ବାହିନୀ ଗୁଳି: ଜଣେ ନକ୍ସଲ ନିହତ

ରାୟପୁର: ଛତିଶଗଡ଼ ସୁକମା ଜିଲାରେ ଗର୍ଜିଲା ସୁରକ୍ଷାବାହିନୀ ଗୁଳି । ଫଳରେ ଟଳିଲା ଜଣେ ନକ୍ସଲ । ଏକ ଜଙ୍ଗଲରେ ସୋମବାର ସୁରକ୍ଷା ବାହିନୀ ଏବଂ ନକ୍ସଲଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଥିଲା । ଏହି ଏନକାଉଣ୍ଟରରେ ଜଣେ ନକ୍ସଲ ନିହତ ହୋଇଥିବା ନେଇ ପୋଲିସ କହିଛି।

ପୋଲିସ ଷ୍ଟେଶନ ସୀମା ଅନ୍ତର୍ଗତ ଭଣ୍ଡାରପଦାର ଗ୍ରାମ ନିକଟସ୍ଥ ଏକ ଜଙ୍ଗଲରେ ସକାଳ ପ୍ରାୟ ସାଢେ ୭ଟା ସମୟରେ ଏହି ଗୁଳି ବିନିମୟ ହୋଇଥିଲା। ଏହି ଏନକାଉଣ୍ଟରରେ ଜଣେ ନକ୍ସଲଙ୍କ ମୃତ୍ୟୁ ହୋଇଛି। ଗୁଳି ବିନିମୟ ବନ୍ଦ ହେବା ପରେ ଉକ୍ତ ନକ୍ସଲଙ୍କ ମୃତଦେହକୁ ଉଦ୍ଧାର କରାଯାଇଥିବା ନେଇ ବସ୍ତର ରେଞ୍ଜର ଇନ୍ସପେକ୍ଟର ଜେନେରାଲ ସୁନ୍ଦରରାଜ ପି ସୂଚନା ଦେଇଛନ୍ତି ।

Related Posts