ସାମ୍ନାକୁ ଆସିଲେ ଚିଦାମ୍ବରମଙ୍କ ପୁଅ, କହିଲେ ଏମିତି କଥା

ସତ୍ୟପାଠ ବ୍ୟୁରୋ : ପୂର୍ବତନ ଅର୍ଥମନ୍ତ୍ରୀ ପି ଚିଦାମ୍ବରମଙ୍କୁ ଗିରଫ ପଛରେ ରହିଛି ରାଜନୈତିକ ଉଦ୍ଦେଶ୍ୟ । ସରକାରଙ୍କୁ ସନ୍ତୁଷ୍ଟ କରିବାକୁ ସିବିଆଇ ଚିଦାମ୍ବରମଙ୍କୁ ଗିରଫ କରିଛି । ଏହା ଏକ ରାଜନୈତିକ ଷଡଯନ୍ତ୍ର ବୋଲି ସାଂଘାତିକ କରିଛନ୍ତି ଗିରଫ କଂଗ୍ରେସ ନେତା ପି ଚିଦାମ୍ବରମଙ୍କ ପୁଅ କାର୍ତ୍ତି ଚିଦାମ୍ବରମ ।

ସାମ୍ବାଦିକଙ୍କ ପ୍ରଶ୍ନର ଉତ୍ତର ଦେଇ କାତ୍ତି କହିଛନ୍ତି ଏହି ଘଟଣା ୨୦୦୮ରେ ଘଟିଥିଲା । କିନ୍ତୁ ଏହି ଘଟଣାରେ ପିତାଙ୍କ ନାମରେ କୌଣସି ଅଭିଯୋଗ ପତ୍ର ନାହିଁ । ଏହାର ଅର୍ଥ କୌଣସି ମୋକଦ୍ଦମା ନାହିଁ । ପୂର୍ବରୁ ତାଙ୍କୁ ( କାର୍ତ୍ତିଙ୍କୁ) ସିବିଆଇ ଅନେକ ଥର ତଦନ୍ତ ପାଇଁ ଡାକିଛି ଓ ପ୍ରତ୍ୟେକ ଥର ତାଙ୍କୁ ୧୦ଘଂଟା ଧରି ତଦନ୍ତକାରୀ ସଂସ୍ଥା ପଚରାଉଚୁରା କରିଛନ୍ତି । ଏହାକୁ ନେଇ ସେ କୋର୍ଟରେ ଚାଲେଂଜ କରିବେ ବୋଲି କହିଛନ୍ତି ।

Related Posts