ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ପାଇବେ ‘ଜୀବନବ୍ୟାପୀ ସାଧନା ସମ୍ମାନ’

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ଆଜି ନୂଆଦିଲ୍ଲୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ‘ଜୀବନବ୍ୟାପୀ ସାଧନା ସମ୍ମାନ’ ପ୍ରଦାନ କରାଯିବ। ଇଣ୍ଡିଆ ଇଣ୍ଟରନ୍ୟାସନାଲ ସେଣ୍ଟର୍‌ (ଆଇଆଇସି)ରେ କ୍ୟାପିଟାଲ୍‌ ଫାଉଣ୍ଡେସନ୍‌ ସୋସାଇଟି ପକ୍ଷରୁ ସୁପ୍ରିମକୋର୍ଟର ପୂର୍ବତନ ପ୍ରଧାନ ବିଚାରପତି ଜଷ୍ଟିସ୍‌ ଏମ୍‌ଭି ରମଣା ମୁ୍‌ଖ୍ୟମନ୍ତ୍ରୀଙ୍କୁ ଏହି ପୁରସ୍କାର ପ୍ରଦାନ କରିବେ। ଏହି ଅବସରରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଦିଲ୍ଲୀରେ ଶୁଭେଚ୍ଛା ଜଣାଇବା ପାଇଁ ବିଜେଡି ପକ୍ଷରୁ ସ୍ବତନ୍ତ୍ର କାର୍ଯ୍ୟକ୍ରମର ଆୟୋଜନ କରାଯାଉଛି। ମନ୍ତ୍ରୀ ଅତନୁ ସବ୍ୟସାଚୀ ନାୟକ ଓ ଅଶୋକ କୁମାର ପଣ୍ଡାଙ୍କ ସମେତ ବିଜେଡିର ବିଧାୟକ ଦେବୀ ପ୍ରସାଦ ମିଶ୍ର, ଅରୁଣ କୁମାର ସାହୁ, ବ୍ୟୋମକାଶ ରାୟ, ପ୍ରଣବ ବଳବନ୍ତରାୟ, ବିଜୁ ଯୁବ ଓ ଛାତ୍ର ଜନତା ଦଳର ନେତାମାନେ ପହଞ୍ଚିଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ପୁରସ୍କାର ଗ୍ରହଣ ସମୟରେ ବିଜେଡି ମନ୍ତ୍ରୀ ଓ କିଛି ପ୍ରମୁଖ ନେତାମାନେ ଉପସ୍ଥିତ ରହିବେ ।

ସୂଚନା ଅନୁସାରେ କ୍ୟାପିଟାଲ ଫାଉଣ୍ଡେସନ୍‌ ସୋସାଇଟି ତରଫରୁ ମୁଖ୍ୟମନ୍ତ୍ରୀ ସମ୍ମାନ ଗ୍ରହଣ କରି ସାରିବା ପରେ ସିଧା ଓଡିଶା ଭବନକୁ ଆସିବେ। ଓଡ଼ିଶା ଭବନରେ ପ୍ରବାସୀ ଓଡ଼ିଆ ତଥା ପ୍ରବାସୀ ଓଡ଼ିଆ ସଂଗଠନ ପକ୍ଷରୁ ମୁଖ୍ୟମନ୍ତ୍ରୀଙ୍କୁ ସମ୍ବର୍ଦ୍ଧିତ କରାଯିବ। ଇତି ମଧ୍ୟରେ ରାଜ୍ୟର ମନ୍ତ୍ରୀ ଓ ନେତାମାନଙ୍କ ଦ୍ବାରା ଓଡ଼ିଶା ଭବନରେ ସମ୍ବର୍ଦ୍ଧନା ପ୍ରସ୍ତୁତିର ସମୀକ୍ଷା କରାଯାଇଛି।

Related Posts