ରାଜ୍ୟରୁ ଉଚ୍ଛେଦ ହେବ ‘ଗାର୍ଡ ଅଫ୍‌ ଅନର’ ବ୍ୟବସ୍ଥା

ସତ୍ୟପାଠ ବ୍ୟୁରୋ : ରାଜ୍ୟରେ ପ୍ରଚଳିତ ଥିବା ‘ଗାର୍ଡ ଅଫ୍‌ ଅନର’ ବ୍ୟବସ୍ଥାକୁ ଉଚ୍ଛେଦ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଗକୁ କେବଳ ସାଧାରଣତନ୍ତ୍ର ଦିବସ, ସ୍ୱାଧୀନତା ଦିବସ ଏବଂ ଉତ୍କଳ ଦିବସ ପାଳନ ଅବସରରେ ନିମନ୍ତ୍ରଣ କରାଯାଇଥିବା ମୁଖ୍ୟ ଅତିଥିମାନଙ୍କୁ ‘ଗାର୍ଡ ଅଫ୍‌ ଅନର’ ଦିଆଯିବ ବୋଲି ମୁଖ୍ୟମନ୍ତ୍ରୀଙ୍କ କାର୍ଯ୍ୟଳୟ ପକ୍ଷରୁ ଜାରି କରାଯାଇଥିବା ବିଜ୍ଞପ୍ତିରେ ଘୋଷଣା କରାଯାଇଛି ।

ସୂଚନା ମୁତାବକ, ପୂର୍ବରୁ ମୁଖ୍ୟମନ୍ତ୍ରୀ, ମନ୍ତ୍ରୀ ଓ ସରକାରୀ ପଦାଧିକାରୀମାନଙ୍କୁ ଗାର୍ଡ ଅଫ୍‌ ଅନର ଦିଆଯାଉଥିବା ବେଳେ ଏବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ସେହି ବ୍ୟବସ୍ଥାକୁ ଉଚ୍ଛେଦ କରାଯାଇଛି । ତେବେ ରାଷ୍ଟ୍ରପତି, ଉପରାଷ୍ଟ୍ରପତି, ପ୍ରଧାନମନ୍ତ୍ରୀ, ରାଜ୍ୟପାଳ, ଲୋକାୟୁକ୍ତ, ସୁପ୍ରିମ କୋର୍ଟ ଓ ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ କ୍ଷେତ୍ରରେ ଏହା ପୂର୍ବଭଳି ଲାଗୁ ହେବ ବୋଲି ଜଣା ପଡ଼ିଛି ।

Related Posts