ନିରଂଜନଙ୍କ ସପକ୍ଷରେ ବାହାରିଲେ ରଂଜୀବ

ସତ୍ୟପାଠ ବ୍ୟୁରୋ : “ନିର୍ବାଚନ ପରାଜୟ ପାଇଁ ନିରଂଜନ ଏକାକୀ ଦୋଷୀ ନୁହଁନ୍ତି । ତାଙ୍କୁ ଯେପରି ସହଯୋଗ ମିଳିବା କଥା ମିଳିଲାନି । ଯେଉଁଥିପାଇଁ ଦଳର ବିପର୍ଯ୍ୟୟ ହେଲା ।” ବେଶ କିଛିଦିନର ନୀରବତା ପରେ ମୁହଁ ଖୋଲି ଏମିତି ବୟାନ ଦେଇଛନ୍ତି କଂଗ୍ରେସ ନେତା ତଥା ରାଜ୍ୟସଭା ସାଂସଦ ରଂଜୀବ ବିଶ୍ୱାଳ । ନିରଂଜନଙ୍କ ଅଭିଜ୍ଞତା ଥିବାରୁ ସେ ହିଁ ସଭାପତି ପଦରେ ରୁହନ୍ତୁ କହି ପଟ୍ଟନାୟକଙ୍କ ସୁରକ୍ଷାରେ ବାହାରିଛନ୍ତି ରଂଜୀବ ।

ରଂଜୀବ କହିଛନ୍ତି, ଜଣେ ଚାହିଁଲେ କିଛି ହେବ ନାହିଁ । ତାଙ୍କୁ ଯେଭଳି ସପୋର୍ଟ ମିଳିବା କଥା ମିଳିଲାନି । ଯେଉଁଥିପାଇଁ କଂଗ୍ରେସର ବିକଳ୍ପ ଭାବେ ଲୋକେ ବିଜେପିକୁ ପସନ୍ଦ କଲେ । କିନ୍ତୁ ରାଜ୍ୟସଭା ନିର୍ବାଚନ ପରେ ଉଭୟଙ୍କ ସମ୍ପର୍କ ସମସ୍ତେ ଦେଖୁଛନ୍ତି । ତେବେ ଜଣେ ସଂପର୍କୀୟଙ୍କ ଅପରେସନ ପାଇଁ ଟ୍ରିପଲ ତଲାକ ବିଲ ବେଳେ ଅନୁପସ୍ଥିତ ଥିଲେ ବୋଲି ସେ କହିଛନ୍ତି । ଏହାସହ ଧାରା ୩୭୦ ଉଚ୍ଛେଦ ସମ୍ପର୍କିତ ବିଲ ଆଲୋଚନା ବେଳେ ସେ ସଂସଦରେ ଉପସ୍ଥିତ ଥିବା କହିଛନ୍ତି ।
ରଂଜୀବ ବିଜେପି ଆଡକୁ ଢ଼ଳୁଥିବା ଚର୍ଚ୍ଚା ହେଉଥିବା ବେଳେ ୪୦ କୋଟି ଟଙ୍କାର ଡିଲ୍ ହୋଇଥିବା ଗଣମାଧ୍ୟମରେ ଚର୍ଚ୍ଚାର ଖୋରାକ ସାଜିଥିଲା । ଯାହାକୁ ନେଇ ରଂଜୀବ କହିଛନ୍ତି, ଏ ଖବର ଛାପିଥିବା ସାମ୍ବାଦିକଙ୍କୁ ଖୋଜୁଛି, ସେ ବୋଧହୁଏ ସେହି ସମୟରେ ମୋ ପାଖରେ ବସିଥିଲେ ତାଙ୍କୁ କମିଶନ ଟଙ୍କା ଫେରାଇବାର ଅଛି । ଏମିତି କହି ଏହି ଖବରକୁ ଖଣ୍ଡନ କରିବା ସହ କଟାକ୍ଷ କରିଥିଲେ ସାଂସଦ ବିଶ୍ୱାଳ ।

ତେବେ ସେ କଂଗ୍ରେସରେ ଅଛନ୍ତି ଓ ଥିବେ ବୋଲି କହିବା ସହ ଗ୍ରାଉଣ୍ଡରେ ନେତା କାମ କଲେ ଏବଂ ସମସ୍ତେ ଏକାଠି ହେଲେଏ କଂଗ୍ରେସର ପୁନରୁଥାନ ସମ୍ଭବ ବୋଲି କହିଛନ୍ତି । ସେ ପିସିସି ସଭାପତି ହେବାକୁ ଇଚ୍ଛୁକ ବୋଲି କି ପ୍ରଶ୍ନରେ ରଂଜୀବ କହିଛନ୍ତି ସଭାପତି ହେବାକୁ ଆମର ଆଶା ନାହିଁ ।

Related Posts