ମୁଖ୍ୟମନ୍ତ୍ରୀ ନିତୀଶ କୁମାର ହେଉଛନ୍ତି ପ୍ରଧାନମନ୍ତ୍ରୀ ଚେହେରା : ଜେଡିୟୁ ନେତା ଉପେନ୍ଦ୍ର କୁଶୱା

(ସତ୍ୟପାଠ ବ୍ୟୁରୋ) ଭୁବନେଶ୍ୱର : ” ବିହାର ମୁଖ୍ୟମନ୍ତ୍ରୀ ନିତୀଶ କୁମାର ଜଣେ ପ୍ରଧାନମନ୍ତ୍ରୀ କ୍ୟାଣ୍ଡିଡେଟ୍ । ” ବରିଷ୍ଠ ଜେଡ଼ିୟୁର ନେତା ଉପେନ୍ଦ୍ର କୁଶୱାଙ୍କ ଏଭଳି ଏକ ବୟାନକୁ ନେଇ ଏବେ ରାଜନୈତିକ ମହଲରେ ଜୋରଦାର ଚର୍ଚ୍ଚା। କୁଶୱା କହିଛନ୍ତି କି, ନୀତିଶ କୁମାର ହେଉଛନ୍ତି ଜଣେ ପ୍ରଧାନମନ୍ତ୍ରୀ ଚେହେରା । ତାଙ୍କର ଏହି ବାୟାନ ଏବେ ଚର୍ଚ୍ଚା ସୃଷ୍ଟି କରିଛି। ଉପେନ୍ଦ୍ର କୁଶୱା ବର୍ତ୍ତମାନ ଜେଡ଼ିୟୁର ସଂସଦୀୟ ବୋର୍ଡ଼ର ଅଧ୍ୟକ୍ଷ ରହିଛନ୍ତି। କିନ୍ତୁ ମୁଖ୍ୟମନ୍ତ୍ରୀ ନିତୀଶ କୁମାର ତାଙ୍କ ଦଳର ସହକର୍ମୀଙ୍କ ଏହି ଦାବିକୁ ଖଣ୍ଡନ କରି କହିଛନ୍ତି ଯେ ସେ ଏଥିପ୍ରତି ଆଗ୍ରହୀ ନୁହଁନ୍ତି। ଜେଡିୟୁ ନେତା ଉପେନ୍ଦ୍ର କହିଛନ୍ତି ଯେ , ଆଜିର ଦିନରେ ଦେଶରେ ଅନେକ ନେତାମାନେ ଅଛନ୍ତି ଯେଉଁମାନେ ପ୍ରଧାନମନ୍ତ୍ରୀ ପାଇଁ ଯୋଗ୍ୟ। ସେମାନଙ୍କ ମଧ୍ୟରେ ନୀତିଶ କୁମାର ମଧ୍ୟ ଜଣେ ବୋଲି ସେ କହିଛନ୍ତି।ତେବେ ନୀତୀଶ କୁମାର ଏ ସମ୍ପର୍କରେ ପ୍ରତିକ୍ରିୟା ରଖି କହିଛନ୍ତି ଯେ, “ଏପରି କିଛି ନାହିଁ। ମୁଁ କାହିଁକି (ପିଏମ ଚେହେରା) ହେବା ଉଚିତ ? ମୁଁ ଏସବୁ ପ୍ରତି ଆଗ୍ରହୀ ନୁହେଁ।”

ଜେଡିୟୁ ନେତା କୁଶୁୱା କହିଛନ୍ତି, ଦେଶର ଜନସଂଖ୍ୟା ଗଣନାରେ ନୀତିଶ କୁମାର ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥିଲେ। ଯାହାକୁ ଆମେ କେବେ ବି ଭୁଲି ପାରିବା ନାହିଁ।

ଜନସଂଖ୍ୟା ନିୟନ୍ତ୍ରଣ ପ୍ରସଙ୍ଗରେ ଉପେନ୍ଦ୍ର କୁଶୱା କହିଛନ୍ତି ଯେ ଧର୍ମନିରପେକ୍ଷତା ଏବଂ ସାମାଜିକ ନ୍ୟାୟ ଉପରେ ଆମେ କଦାପି ବୁଝାମଣା କରିବେ ନାହିଁ। ଯଦି ଏହାକୁ ନେଇ କେହି ଦୁଃଖ ପ୍ରକାଶ କରେ ତେବେ ଆମେ ସେମାନଙ୍କୁ କୌଣସି ସାହାଯ୍ୟ କରିପାରିବୁ ନାହିଁ।

ଅନ୍ୟ ପକ୍ଷରେ ବିଧାୟକ ଗୋପାଳ ମଣ୍ଡଳ ମଧ୍ୟ ଏମିତି ଏକ ବୟାନ କିଛି ଦିନ ତଳେ ଦେଇଥିଲେ। ସେ ନୀତିଶଙ୍କୁ ଦେଶର ନେତା ବୋଲି କହିଥିଲେ। ଏମିତିକି ନୀତିଶ ବିହାର ନୁହେଁ ବରଂ ଦିଲ୍ଲୀରେ ବସିବେ ବୋଲି ଗୋପାଳ କହିଥିଲେ।

ତେବେ ପୂର୍ବରୁ ଆରଜେଡି କହିଥିଲା ଯେ, ନୀତିଶ କୁମାର ଯଦି ଏନଡିଏରୁ ଅଲଗା ହୁଅନ୍ତି ତେବେ ୨୦୨୪ ଲୋକସଭା ନିର୍ବାଚନରେ ନୀତିଶଙ୍କୁ ଆରଜେଡି ପ୍ରଧାନମନ୍ତ୍ରୀ ପ୍ରାର୍ଥୀ ଭାବେ ସମର୍ଥନ କରିବ। ଏବଂ ନୀତିଶ କୁମାର ତେଜସ୍ୱୀ ଯାଦବଙ୍କୁ ମୁଖ୍ୟମନ୍ତ୍ରୀ ଭାବେ ସମର୍ଥନ କରିବା ଦରକାର ବୋଲି ଆରଜେଡି କହିଥିଲା । ତେବେ ଆର୍‌ଜେଡିର ଏହି ନୂଆ ପ୍ରସ୍ତାବ ବିହାର ରାଜନୀତିକୁ ସରଗରମ କରିଦେଇଛି।

ରବିବାର ଦିନ ନୀତୀଶ କୁମାର ଏବଂ ଜେଡି-ୟୁ ନେତା କେ.ସି ତ୍ୟଗି INLD ସଭାପତି ତଥା ହରିୟାଣାର ପୂର୍ବତନ ସିଏମ୍ ଓମ ପ୍ରକାଶ ଚୌଟାଲାଙ୍କୁ ଗୁରୁଗାଓଁସ୍ଥିତ ତାଙ୍କ ବାସଭବନରେ ଭେଟି ଥିଲେ। ଏନଡିଏ ସହଯୋଗୀ ଓମ ପ୍ରକାଶ ଚୌଟାଲାଙ୍କ ସାକ୍ଷାତକାର ଏମିତି ଏକ ସମୟରେ ଆସିଛି ଯାହା ରାଜନୈତିକ ଦୃଷ୍ଟିକୋଣରୁ ବେଶ ଗୁରୁତ୍ୱପୂର୍ଣ୍ଣ। ବର୍ତ୍ତମାନ ଜାତୀୟ ସ୍ତରରେ ତୃତୀୟ ଫ୍ରଣ୍ଟ ଗଠନ ପାଇଁ ଆଲୋଚନା ଚାଲିଛି। ତେବେ ନିତୀଶ କୁମାର ଏହି ଭେଟଘାଟ ସମ୍ପର୍କରେ ସୂଚନା ଦେଇ କହିଛନ୍ତି ଯେ, “ମୋର ତାଙ୍କ ପ୍ରତି ସମ୍ମାନ ରହିଛି। ଆମର ସମ୍ପର୍କ ହେଉଛି ଦୀର୍ଘ ଦିନର। ମୁଁ ଦିଲ୍ଲୀ ଆସିବା ପରେ ସେ ମୋତେ ସାକ୍ଷାତ କରିବାକୁ କହିଥିଲେ। ଏହି ବୈଠକର ଉଦ୍ଦେଶ୍ୟ ରାଜନୈତିକ ଏଜେଣ୍ଡା ନୁହେଁ ବୋଲି ସେ ସ୍ପଷ୍ଟ କରିଛନ୍ତି ।”

Related Posts