ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା: ଆଉ ୩ ମାସ ମିଳିବ ୫ କିଲୋ ଚାଉଳ

ଭୁବନେଶ୍ୱର :ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟାନୟକ ଏକ ବଡ଼ ଘୋଷଣା କରିଛନ୍ତି । ଆଉ ୩ ମାସ ୫ କିଲୋ ଚାଉଳ ମିଳିବ । ଖାଦ୍ୟ ସୁରକ୍ଷା ରାଜ୍ୟ ହିତାଧିକାରୀ ଆଉ ତିନି ମାସ ପାଇଁ ଅତିରିକ୍ତ ଚାଉଳ ପାଇବେ ।

ରାଜ୍ୟ ଖାଦ୍ୟ ସୁରକ୍ଷା ହିତାଧିକାରୀମାନଙ୍କୁ ଆଉ ତିନି ମାସ ପାଇଁ ଅତିରିକ୍ତ ୫ କେ.ଜି ଚାଉଳ ଯୋଗାଇ ଦେବା ପାଇଁ ମୁଖ୍ୟମନ୍ତ୍ରୀ ନିର୍ଦ୍ଦେଶ ଦେଇଛନ୍ତି । ଏହାଦ୍ବାରା ୨.୯୨ ଲକ୍ଷ ପରିବାରର ୯.୦୫ ଲକ୍ଷ ହିତାଧିକାରୀ ଉପକାର ପାଇବେ । ଅକ୍ଟୋବର, ନଭେମ୍ବର ଓ ଡିସେମ୍ବର ୨୦୨୨, ଏହି ତିନି ମାସ ପାଇଁ ଚାଉଳ ବଣ୍ଟନ ହେବ । NFSA ହିତାଧିକାରୀଙ୍କୁ ମୁଣ୍ଡପିଚ୍ଛା ମାସକୁ ୫ କେ.ଜି ଲେଖାଏ ଅତିରିକ୍ତ ଚାଉଳ ମାଗଣାରେ ପାଇପାରିବେ । ଏଥିପାଇଁ ରାଜ୍ୟ ସରକାର ୪୯ କୋଟି ଟଙ୍କା ଖର୍ଚ୍ଚ କରି ୧୩,୫୭୫ ମେଟ୍ରିକ ଟନ୍ ଚାଉଳ ହିତାଧିକାରୀଙ୍କୁ ଯୋଗାଇ ଦେବେ ।

Related Posts