ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): କଟକ ଏସ୍‌ସିବି ମେଡ଼ିକାଲର ପ୍ରସୂତି ବିଭାଗ ଆଇସିୟୁରୁ ପିଲାଚୋରି ଘଟଣା । କାର୍ଯ୍ୟରେ ଅବହେଳା ପାଇଁ ଆଜି ଏସ୍‌ସିବି କତ୍ତୃପକ୍ଷ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି । କାର୍ଯ୍ୟାନୁଷ୍ଠାନ ସ୍ବରୂପ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଛନ୍ତି ମେଡିକାଲ କର୍ତ୍ତୃପକ୍ଷ । ସେହିପରି ଆଇସିୟୁ ଦାୟିତ୍ବରେ ଥିବା ୪ କର୍ମଚାରୀଙ୍କୁ କାରଣଦର୍ଶାଅ ନୋଟିସ ହୋଇଛି ।

ସୂଚନାଯୋଗ୍ୟ ଯେ, ଗତ ୨୬ ତାରିଖରେ ପ୍ରସୂତି ବିଭାଗରୁ ଏକ ଶିଶୁ କନ୍ୟା ଚୋରି ହୋଇଥିବା ନେଇ ଖବର ଆସିଥିଲା। ପୋଲିସ ଖୋଲତାଡ଼ ପରେ ଶିଶୁକନ୍ୟାକୁ ଫେରାଇଥିଲେ ଅଭିଯୁକ୍ତ ଦମ୍ପତ୍ତି । ଏହାପରେ ଅଭିଯୁକ୍ତ ଦମ୍ପତ୍ତିଙ୍କୁ ମଙ୍ଗଳବାର ଦିନ ଗିରଫ ପୋଲିସ ଗିରଫ କରିଛି। ଏହାସହିତ ଅନ୍ୟ କିଛି ଜଣଙ୍କୁ ଅଟକ ରଖିଛି ପୋଲିସ । ଆଉ ଏବେ ଜଣେ ସୁରକ୍ଷାକର୍ମୀଙ୍କୁ କାର୍ଯ୍ୟରୁ ନିଲମ୍ବିତ କରିଥିବା ବେଳେ ୪ଜଣ କର୍ମଚାରୀଙ୍କୁ ନୋଟିସ୍‌ କରିଛି ଏସ୍‌ସିବି କର୍ତ୍ତୃପକ୍ଷ ।