‘ଖାଲି ପିଏଫ୍‌ଆଇ କାହିଁକି ? ଆରଏସଏସକୁ ମଧ୍ୟ ଵ୍ୟାନ୍ କରନ୍ତୁ ସରକାର’: କଂଗ୍ରେସ ସାଂସଦ

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପପୁଲାର ଫ୍ରଣ୍ଟ ଅଫ ଇଣ୍ଡିଆ (ପିଏଫଆଇ)କୁ ୫ ବର୍ଷ ପାଇଁ କେନ୍ଦ୍ର ସରକାର ନିଷିଦ୍ଧ ଘୋଷଣା କରିଛନ୍ତି। ଏନେଇ ଗୃହ ମନ୍ତ୍ରଣାଳୟ ପକ୍ଷରୁ ବିଦ୍ଧିବଦ୍ଧ ବିଜ୍ଞପ୍ତି ଜାରି କରାଯାଇଛି। ପିଏଫଆଇ ବ୍ୟନ ହେବାନେଇ ଖବର ଆସିବାପରେ ଏବେ ଦେଶରେ ପ୍ରତିବନ୍ଧକ ରାଜନୀତି ଆରମ୍ଭ ହୋଇଛି। ଗୃହ ମନ୍ତ୍ରଣାଳୟର ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ଦେଇ କଂଗ୍ରେସ ସାଂସଦ ଆରଏସଏସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରିଛନ୍ତି।

କେରଳର କଂଗ୍ରେସ ସାଂସଦ ତଥା ଲୋକସଭାରେ ଦଳର ମୁଖ୍ୟ ସଚେତକ କୋଡିକୁନିଲ ସୁରେଶ ଏହି ନିଷ୍ପତ୍ତି ଉପରେ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସେ କହିଛନ୍ତି ଯେ, ପିଏଫଆଇ ଉପରେ ପ୍ରତିବନ୍ଧକ ଲଗାଇବା ସମସ୍ୟାର ସମାଧାନ ନୁହେଁ। ଖାଲି ପିଏଫ୍‌ଆଇ କାହିଁକି ? ଆମେ ଆରଏସଏସ ଉପରେ ମଧ୍ୟ ପ୍ରତିବନ୍ଧକ ଲଗାଇବାକୁ ଦାବି କରୁଛୁ। ଆରଏସଏସ ହିନ୍ଦୁ ସାମ୍ପ୍ରଦାୟିକତାକୁ ସାରା ଦେଶରେ ବିସ୍ତାର କରୁଛି। ପିଏଫ୍‌ଆଇ ଏବଂ ଆରଏସଏସ ସମାନ, ତେଣୁ ସରକାର ଉଭୟଙ୍କୁ ନିଷିଦ୍ଧ କରିବା ଉଚିତ। ସରକାରଙ୍କ ପିଏଫ୍‌ଆଇ ଵ୍ୟାନ ନିଷ୍ପତ୍ତି ଏକ ପାଖିଆ ବୋଲି କହି ସେ କଡ଼ା ସମାଲୋଚନା କରିଛନ୍ତି।

Related Posts