ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି; ଓକିଲ ସଂଘର କୋର୍ଟ କାର୍ଯ୍ୟ ବର୍ଜନ, ଧାରଣା ଦେଲା ନାଗରିକ କ୍ରିୟାନୁଷ୍ଠାନ କମିଟି

ଭୁବନେଶ୍ୱର ( ସତ୍ୟପାଠ ବ୍ୟୁରୋ ): ପୁଣିଥରେ ଜୋର ଧରିଛି ପଶ୍ଚିମ ଓଡ଼ିଶାରେ ହାଇକୋର୍ଟ ସ୍ଥାୟୀ ବେଞ୍ଚ ସ୍ଥାପନ ଦାବି। ସମ୍ବଲପୁରରେ ନାଗରିକ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଏନେଇ ଧାରଣା ଦିଆଯାଇଛି। ସମ୍ବଲପୁରର କଚେରି ଛକରେ ନାଗରିକ କ୍ରିୟାନୁଷ୍ଠାନ କମିଟିର କର୍ମକର୍ତ୍ତା ଧାରଣା ଦେଇଥିଲେ। ସେହି ସମୟରେ ବିଚାରପତି ମାନେ କୋର୍ଟକୁ ଯିବା ବେଳେ କମିଟି ସଦସ୍ୟମାନେ ରାସ୍ତା ଉପରେ ଶୋଇ ପ୍ରତିବାଦ କରିଥିଲେ।ପ୍ରଥମେ ମୁଣ୍ଡିଆ ମାରିଥିଲେ ପରେ ବିଚାରପତିମାନଙ୍କ ବାଟ ଓଗାଳିଥିଲେ। ପରେ ଆନ୍ଦୋଳନକାରୀ ବିଚାରପତିମାନଙ୍କ ସହ ଦାବି ସମ୍ପର୍କରେ ଆଲୋଚନା କରିଥିଲେ। ପ୍ରାୟ ଅଧ ଘଣ୍ଟା ପରେ ବିଚାରପତିମାନେ ଘଟଣାସ୍ଥଳରୁ ଫେରି ଯାଇଥିଲେ।

ଅନ୍ୟପଟେ ଆଜି କେବଳ ସମ୍ବଲପୁର ନୁହେଁ, ପଶ୍ଚିମ ଓଡିଶାର ବିଭିନ୍ନ ଜିଲ୍ଲାରେ ଆଇନଜୀବୀମାନେ କୋର୍ଟ କାର୍ଯ୍ୟ ବର୍ଜନ କରିଛନ୍ତି। ଏହାସହ ବିଭିନ୍ନ ସ୍ଥାନରେ ଧାରଣା ମଧ୍ୟ ଦିଆଯାଇଛି। ଏପଟେ ଆଜି ପଶ୍ଚିମ ଓଡ଼ିଶା ଓକିଲ ସଂଘ ପକ୍ଷରୁ ହାଇକୋର୍ଟ ସ୍ଥାୟୀବେଞ୍ଚ ସ୍ଥାପନା ଦାବିନେଇ ଲୋକସେବା ଭବନ ଘେରିବା କାର୍ଯ୍ୟକ୍ରମ ମଧ୍ୟ ରହିଛି।

Related Posts