ବ୍ରହ୍ମପୁରରେ ଚାଞ୍ଚଲ୍ୟ : ମା’କୁ ପ୍ରେମ ପାଇଁ ପୁଅକୁ ହତ୍ୟା

ବ୍ରହ୍ମପୁର ନିକଟ ଗୋଷାଣୀ ନୂଆଗାଁ ସଦାନନ୍ଦ ବିହାରରୁ ନିଖୋଜ ହୋଇଯାଇଥିବା ୭ ବର୍ଷର ବାଳକ ଆୟୁଷର ମୃତଦେହ ମିଳିଛି । ହତ୍ୟାକାରୀକୁ ଧରି ଘଟଣାସ୍ଥଳକୁ ଯାଇ, ପୋଲିସ ମୃତଦେହ ଜବତ କରିଛି । ସମ୍ପର୍କୀୟ ମାମୁଁ ଦେବାଶିଷ ପଣ୍ଡା ଆୟୁଷକୁ ହତ୍ୟା କରିଛି ।


ତେବେ ହତ୍ୟାକାଣ୍ଡ ନେଇ ଅଭିଯୁକ୍ତ ଦେବାଶିଷ ପଣ୍ଡା ଯେଉଁ କଥା କହିଛି ତାହା ପୋଲିସ୍‌ର ହୋସ୍‌ ଉଡ଼ାଇ ଦେଇଛି । ଦେବାଶିଷ କହିଛି ଯେ, ଫେସବୁକରୁ ତାର ଆୟୁଷର ମା’ଙ୍କ ସହ ସଂପର୍କ ସ୍ଥାପନ ହୋଇଥିଲା । ସଂପର୍କ ପରେ ପ୍ରେମର ରୂପ ନେଲା, ପରେ ସେ ବିବାହ ପାଇଁ ଆୟୁଷର ମା’ଙ୍କୁ ପ୍ରସ୍ତାବ ଦେଇଥିଲା । କିନ୍ତୁ ପୁଅ ଆୟୁଷ ବିବାହରେ ପ୍ରତିବନ୍ଧକ ସାଜିବାରୁ ତାକୁ ହଟାଇବା ପାଇଁ ଷଡ଼ଯନ୍ତ୍ର ରଚିଥିଲା ଦେବାଶିଷ ।

କିଛି ଦିନ ତଳେ ଆୟୁଷ ନିଖୋଜ ହୋଇଯାଇଥିଲା । ସନ୍ଦେହରେ ପୋଲିସ ଦେବାଶିଷ ପଣ୍ଡାକୁ ଧରିଥିଲା । ଏହାପରେ ସେ ସ୍ବୀକାର କରିଥିଲା ଯେ, ଆୟୁଷକୁ ଅପହରଣ ପରେ ସେ ହତ୍ୟା କରିଛି । ତାରାତାରିଣୀ ପାହାଡ଼ରେ ପଥରରେ ଛେଚି ସେ ଆୟୁଷକୁ ହତ୍ୟା କରିଥିବା ସ୍ବୀକାର କରିଥିଲା । ଜାନୁଆରି ୧୨ରେ ବ୍ରହ୍ମପୁର ସଦାନନ୍ଦ ବିହାରରୁ ଆୟୁଷକୁ ଅପହରଣ କରିଥିଲା ଦେବାଶିଷ ପଣ୍ଡା । ମଙ୍ଗଳବାର ପୋଲିସ ଦେବାଶିଷକୁ ଗିରଫ କରିଥିଲା ।

ଦେବାଶିଷର ଘର ଯାଜପୁର ଅଞ୍ଚଳରେ । ମଙ୍ଗଳବାର ଛତ୍ରପୁର ପାଖରୁ ଦେବାଶିଷଙ୍କ ରକ୍ତଭିଜା ସାର୍ଟ ସହ ଆୟୁଷର ସ୍କୁଲ ଆଇ-କାର୍ଡ ମଧ୍ୟ ଜବତ କରାଯାଇଥିଲା । ସଦାନନ୍ଦ ବିହାରରେ ରହୁଥିବା ନିରୁପମା ଆଚାର୍ଯ୍ୟଙ୍କ ପୁଅ ଆୟୁଷ ଏକ ଘରୋଇ ଇଂରାଜୀ ମାଧ୍ୟମ ସ୍କୁଲରେ ଷ୍ଟାଣ୍ଡାର୍ଡ ୱାନ୍‌ରେ ପାଠ ପଢୁଥିଲା ।

Related Posts