ଥଣ୍ଡା ମହାମାରୀ, ନେଲାଣି 331 ଲୋକଙ୍କ ଜୀବନ

ରାଜଧାନୀ ଦିଲ୍ଲୀରେ ଥଣ୍ଡା ପାଲଟିଛି ମହାମାରୀ । ଥଣ୍ଡା ନେଲାଣି ୩୩୧ ଜଣଙ୍କର ଜୀବନ । ମାତ୍ର ଦେଢ଼ ମାସ ଭିତରେ ଏହି ସବୁ ମୃତ୍ୟୁ ହୋଇଥିବା ଜଣାପଡ଼ିଛି । ଦିଲ୍ଲୀରେ ପ୍ରବଳ ଥଣ୍ଡା ଯୋଗୁଁ ଜାନୁୟାରୀ 1ରୁ 14 ତାରିଖ ଭିତରେ 94 ଜଣ ବେଘର ଲୋକଙ୍କର ମୃତ୍ୟୁ ହୋଇଛି । ଚକିତ କରିବା ଭଳି ଏହି ପରିସଂଖ୍ୟାନ ଦେଇଛି ସେଣ୍ଟର ଫର୍‌ ହଲିଷ୍ଟିକ୍‌ ଡେଭେଲପମେଣ୍ଟ । ଉତ୍ତର ଦିଲ୍ଲୀରେ ସବୁଠାରୁ ଅଧିକ ମୃତ୍ୟୁ ହୋଇଛି ।

ସେଣ୍ଟର ଫର୍‌ ହଲିଷ୍ଟିକ୍‌ ଡେଭେଲପମେଣ୍ଟର ପରିସଂଖ୍ୟାନ ଅନୁସାରେ 2018 ଡିସେମ୍ବରରୁ 2019 ଜାନୁୟାରୀ 14 ଯାଏଁ ମୋଟ 331 ଜଣ ଲୋକ ଥଣ୍ଡା ଯୋଗୁଁ ପ୍ରାଣ ହରାଇଛନ୍ତି । ଏମାନଙ୍କ ମଧ୍ୟରୁ କେବଳ ଡିସେମ୍ବର ମାସରେ ହିଁ 235 ଜଣ ଲୋକ ପ୍ରାଣ ହରାଇଥିଲେ । ମୃତ୍ୟୁ ହୋଇଥିବା ସବୁ ଲୋକଙ୍କର ଦିଲ୍ଲୀରେ କୌଣସି ବାସସ୍ଥାନ ବା ଆଶ୍ରୟ ନାହିଁ । ଏମାନେ ସମସ୍ତେ କାମ ସନ୍ଧାନରେ ରାଜଧାନୀକୁ ଆସିଥିଲେ ।

Related Posts